ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ଅଣ୍ଡାମାଡ଼

add-all

ଭୁବନେଶ୍ୱର: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ଅଣ୍ଡାମାଡ଼ ହୋଇଛି। ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଛନ୍ତି। ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଓ ରାଜଧାନୀ ଭୁବନେଶ୍ୱରରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦରେ ଅଣ୍ଡା ମାଡ଼ କରିଛି କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଘର ଆଗରେ ବିକ୍ଷୋଭ ମଧ୍ୟ କରିଛି। ଆନ୍ଦୋଳନ ବେଳେ ପୁଲିସ୍‌ ସହ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଛି।

ଆନ୍ଦୋଳନ କରୁଥିବା କଂଗ୍ରେସ କର୍ମୀ କହିଛନ୍ତି, ଯେବେଠାରୁ ଏ ଅଯୋଗ୍ୟ ଗୃହମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି, ସେବେଠାରୁ ଭୁବନେଶ୍ୱରରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ରାତି ସାରା ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ପୁଲିସ୍‌ ବୋଲି କିଛି ନାହିଁ। ନବୀନ ସରକାର ସମୟରେ ରାଜଧାନୀବାସୀ ଅସୁରକ୍ଷିତ ମଣୁଛନ୍ତି। ଏଠି ମହିଳା ଓ ଝିଅମାନେ ସୁରକ୍ଷିତ ନାହାନ୍ତି। ତେଣୁ ଅଯୋଗ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ଦାବି କରିଛି।

ସୋମବାର ସନ୍ଧ୍ୟା ବେଳେ ଭୁବନେଶ୍ୱର ପଟିଆ ଷ୍ଟେସନରୁ ଦୁଇ ଜଣ ନାବାଳିକାକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରାଯାଇଥିଲା। ଏନେଇ ମଙ୍ଗବାର ରାତିରେ ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଜିଆର୍‌ପି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କୁଷ୍ଣ ମଲିକ(କାହ୍ନା)କୁ ତା’ ଘର ବାଙ୍କି ଅଞ୍ଚଳରୁ ଉଠାଇ ଆଣିଛି। ଅନ୍ୟ ଅଭିଯୁକ୍ତ ବୁଲୁକୁ ପୁଲିସ ଗିରଫ କରିନାହିଁ। ବୁଲୁର ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.