ନୀତୀଶଙ୍କ ସମାଧାନ ଯାତ୍ରା ପାଇଁ ଅଟକିଲା ଟ୍ରେନ୍‌, ଟାର୍ଗେଟ୍ କଲା ବିଜେପି…

add-all

ପାଟନା: ସମାଧାନ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କୁ ରାସ୍ତା ଛାଡିବା ପାଇଁ ଅଟକିଲା ଟ୍ରେନ। ବୁଧବାର ସମାଧାନ ଯାତ୍ରାରେ ଯୋଗ ଦେବା ପାଇଁ ଯାଉଥିବା ନୀତୀଶ କୁମାରଙ୍କ ଗାଡିକୁ ରାସ୍ତା ଛାଡିବା ଲାଗି ୧୫ ମିନିଟ୍ ପାଇଁ ଅଟକିଥିଲା ଲୋକାଲ ଟ୍ରେନ୍। ଏହାକୁ ନେଇ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଛି। ବିଜେପି ବିହାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରବା ସହ ଏହି ସମାଧାନ ଯାତ୍ରାକୁ ବିଘ୍ନକାରୀ ଯାତ୍ରା ବୋଲି କହିଛି। 

ଜେଡିୟୁ ନେତା ନୀତୀଶ କୁମାରଙ୍କ ସମାଧାନ ଯାତ୍ରା ବୁଧବାର ଦିନ ବକ୍ସର୍‌ରେ ପହଞ୍ଚିଥିଲା। ତେଣୁ, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସହିତ ଯାଉଥିବା ସମସ୍ତ ଗାଡ଼ିର ସୁରୁଖୁରୁର ଯାତ୍ରା ନିମନ୍ତେ ଦୁଇଟି ପାସେଞ୍ଜର୍ ଟ୍ରେନ୍‌କୁ ବକ୍ସର୍ ଷ୍ଟେସନ୍‌ର ଆଉଟର୍ ସିଗ୍‌ନାଲ୍‌ରେ ଅଟକି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ନୀତୀଶ କୁମାରଙ୍କ ଗାଡ଼ି ବକ୍ସର୍ ଅନ୍ତର୍ଗତ ଦିଲ୍ଲୀ-ହାୱଡ଼ା ରେଳପଥ ଦେଇ ଇଟାଡ଼ି ଗୁମ୍‌ଟି ଅତିକ୍ରମ କରୁଥିବା ବେଳେ ଲୋକାଲ ଟ୍ରେନ୍ ଦୁଇଟି ଅଟକି ରହିଥିଲା। ତେଣୁ, ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି କେତେକ ଯାତ୍ରୀଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଚାଲି ଚାଲି ଯିବାକୁ ପଡିଥିଲା। ଏହାକୁ ନେଇ ବିଜେପି ବିହାର ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ନୀତୀଶ କୁମାର ‘ସମାଧାନ ଯାତ୍ରା’ ନୁହେଁ, ‘ବ୍ୟାଘାତ ଯାତ୍ରା’ରେ ବାହାରିଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଚମ୍ପାରଣର ବେତ୍ତିଆରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ଜାନୁଆରି ୨୯ରେ ଶେଷ ହେବ। ଏହି ଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଲାଗୁ ହୋଇଥିବା ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିବେ। ଏଥି ସହିତ ସରକାରୀ ଅଧିକାରୀମାନଙ୍କ ସହିତ ବୈଠକ କରିବେ।

ad-week
Leave A Reply

Your email address will not be published.