ଓଡ଼ିଶାରେ ଆୟୋଜିତ ରୋଜଗାର ମେଳାରେ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଆୟୋଜିତ ରୋଜଗାର ମେଳାରେ ୧୨୮ ଜଣ ନବନିଯୁକ୍ତ କର୍ମଚାରୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରୋଜଗାର ମେଳା ମାଧ୍ୟମରେ ଯୁବକ ଯୁବତୀମାନେ ଅମୃତକାଳରେ ସୈନିକଭାବରେ କାମ କରନ୍ତୁ। ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଯେତିକି ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ଥିଲା ତା’ଠାରୁ ଅଧିକ ଦାୟିତ୍ୱ ଆଜି ସେମାନଙ୍କ କାନ୍ଧ ଉପରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢ଼ିଙ୍କ ପାଇଁ ରୋଜଗାର, ସ୍ୱ-ରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି। ଦେଶରେ ତ୍ୱରାନ୍ୱିତ ଭିତ୍ତିରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାର ନବନିଯୁକ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିଥିବାବେଳେ ଅକ୍ଟୋବର ମାସରେ ୭୫ ହଜାର ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ଦେଶର ୪୫ଟି ସ୍ଥାନରେ ଏହି କର୍ମଚାରୀମାନଙ୍କୁ ପ୍ରତ୍ୟକ୍ଷଭାବେ ନିଯୁକ୍ତିପତ୍ର ବାଣ୍ଟିବା ଲାଗି ସ୍ୱତନ୍ତ୍ର ରୋଜଗାର ମେଳାରେ ଆୟୋଜନ କରାଯାଇଛି।

ad-week
Leave A Reply

Your email address will not be published.