ଇଡିରେ ହାଜର ହେଲେ ତାଳଚେର ବିଧାୟକ…

add-all

ଭୁବନେଶ୍ୱର: ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସେ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ତେବେ ଏନେଇ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବେଆଇନ ଅର୍ଥ କାରବାର ଦିଗରେ ବ୍ରଜଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ୭ ଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ ୮ଟାବେଳେ ବ୍ରଜ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ।

ଏହି ସମୟରେ ସେ ଗଣମାଧ୍ୟମକୁ କହିଥିଲେ, ଇଡି ଯାହା ତଥ୍ୟ ମାଗିଲେ, ତାହା ପ୍ରଦାନ କରିଛି। ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଲଜିଷ୍ଟିକ୍‌ କମ୍ପାନୀରେ ବ୍ରଜ ଓ ନିଜ ସମ୍ପର୍କୀୟ ଦ୍ୱାରା କରାଯାଇଥିବା ଅର୍ଥ ବିନିଯୋଗରେ ଆର୍ଥିକ ଅନିୟମିତତାର ଯାଞ୍ଚ ପାଇଁ ତାଙ୍କୁ ସମନ କରାଯାଇଥିଲା ବୋଲି ସୂଚନା ମିଳିଛି। ବ୍ରଜ ନିଜର ପାନ୍‌, ଆଧାର ଓ ବିଭିନ୍ନ ବ୍ୟାଙ୍କର ତଥ୍ୟ ଦେଇଛନ୍ତି। ୨-୩ଦିନ ମଧ୍ୟରେ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ, ଚମ୍ପୂଆ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସହ ତାଙ୍କ ବ୍ୟବସାୟିକ ଲିଙ୍କ୍‌କୁ ନେଇ ବ୍ରଜଙ୍କୁ ପଚରାଉଚରା କରାଯାଇଥିବା ମଧ୍ୟ କୁହାଯାଉଛି।

ad-week
Leave A Reply

Your email address will not be published.