ବୋହୂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ…

add-all

କଟକ : କାଉନ୍‌ସେଲିଂ ପରେ କଟକ ମହିଳା ଥାନା ବାହାରକୁ ଆସି ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିଥିବା ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାମଲା ଶୁକ୍ରବାର ଟିକେ ଅଲଗା ଅଲଗା ଲାଗିଛି। ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ସୁନା ବୋହୂ ଶ୍ରୀୟା ମିଶ୍ର ଓ ତାଙ୍କ ବାପାଙ୍କୁ କଟୁକ୍ତି କରିଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଭାବେ ସଚେତନ ହୋଇ ବୋହୂଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଥିବା ଶେଫାଳୀ କହିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ବୋହୂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ। ସେ ଶାଶୁଘରେ ଜଗନ୍ନାଥ, ଗଣେଶଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି। ତାଙ୍କୁ କୌଣସି କାମ ପାଇଁ ବାଧ୍ୟ କରାଯାଇନାହିଁ। ବୋହୂ ଘରେ ସ୍ବଇଚ୍ଛାରେ ପୂଜା କରିବା ସହ ତାଙ୍କ ମାଆବାପା ଆସିଲେ ସେମାନେ ମଧ୍ୟ ପୂଜା କରିଥାନ୍ତି। ନାତୁଣୀ ଓ ବୋହୂଙ୍କୁ ବେଶି ମନେ ପକାଉଛି। ପୁଅବୋହୂ ଏକାଠି ରୁହନ୍ତୁ, ଏତିକି ଚାହୁଁିଛନ୍ତି ବୋଲି ଶେଫାଳୀ କହିଛନ୍ତି।

ସେହିପରି ହ୍ୟୁମାନ୍‌ ସାଗର ଗଣମାଧ୍ୟମକୁ କହିଛନ୍ତି, ଶ୍ରୀୟା ଓ ତାଙ୍କ ପରିବାରକୁ ଆମ ପରିବାର ବହୁତ ଭଲପାଉ। ସବୁ ଧର୍ମକୁ ସମ୍ମାନ କରୁ। କାହାକୁ ଆମ ଧର୍ମକୁ ଆସିବାକୁ ଚାପ ଦେଇନୁ। ଆମେ ଆପୋସ ସମାଧାନ ଚାହୁଁଛୁ। ସେମାନେ ୨ ଦିନ ସମୟ ନେଇଛନ୍ତି। ଅଭିଯୋଗ ଶୁଣି ଚକିତ, ମିଛ ଅଭିଯୋଗ ଲଗାଇଲେ ଦୁଃଖ ଲାଗିବ ବୋଲି ସେ କହିଛନ୍ତି। ତେବେ ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ଆପୋସ ବୁଝାମଣା ଦ୍ୱାରା ଘରୋଇ କଳି ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଶ୍ରୀୟା ଏ ବାବଦରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ତେବେ ୨ ଦିନର ମହଲତ ଅବଧି ମଧ୍ୟରେ ତାଙ୍କର ମନୋଭାବ ଜଣାପଡ଼ିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.