ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା…

add-all

ଡ଼େରାଡୁନ :  ପ୍ରକୃତିର କୋପ ସତେ ଯେମିତି ଦେବଭୂମି ଉତ୍ତରାଖଣ୍ଡ ଉପରେ ପଡ଼ିଛି। ପ୍ରଥମେ ଉତ୍ତରାଖଣ୍ଡର ଯୋଶୀମଠ ଓ ଏହାର ଆଖ ପାଖ ଅଞ୍ଚଳ ଦବିବା ଆରମ୍ଭ କରିଥିଲା। ଏହାପରେ ବାଦଳ ଫଟା ବର୍ଷା ଓ ତୁଷାରପାତ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ଲୋକମାନେ ପ୍ରକୃତିର କରାଳରୂପ ସହ ଲଢ଼େଇ କରୁଥିବା ବେଳେ ଭୂକମ୍ପ ଝଟକା ରାଜ୍ୟବାସୀଙ୍କୁ ଲାଗିଛି। ଆଜି ଉତ୍ତରାଖଣ୍ଡର ପିଥୋରଗଡ଼ରେ ଲୋକମାନେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ନ୍ୟାଶନାଲ ସେଣ୍ଟର ଫର ସେସିମୋଲୋଜି(ଏନଏସସି) କହିଛି ଯେ ସକାଳ ୮.୫୮ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳର ପିଥୋରଗଡ଼ ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗ ଠାରୁ ୨୩ କିମି ଦୂର। ଏହା ଭୂପୃଷ୍ଠରୁ ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭୂକମ୍ପର ତୀବ୍ରତା ୩.୮ ଥିଲେ ହେଁ ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଲୋକମାନେ ଝଟକା ପରେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ।
ଏବେ ବି ଉତ୍ତରାଖଣ୍ଡ ତୁଷାରପାତ ଜାରି ରହିଛି। ସେହିପରି ଯୋଶୀମଠ ଦବୁ ଥିବାରୁ ଉଦ୍ଧାର କାର୍ଯ୍ୟ ଅବ୍ୟାହତି ରହିଛି। ଏସବୁ ଭିତରେ ହିଁ ଭୂକମ୍ପ ଝଟକା ଅନୁଭତ ହୋଇଛି।

ad-week
Leave A Reply

Your email address will not be published.