ମଧ୍ୟପ୍ରଦେଶ ପୁଲିସକୁ ଚେତାବନୀ ଦେଲେ କମଳନାଥ…

add-all

ଭୋପାଳ : ବିବାଦରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସେ ପୁଲିସ୍‌ ଅଧିକାରୀମାନଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ସେ ଗୋଟିଏ ରାଲିକୁ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ “ଆଚ୍ଛା ହିସାବ ନିଆଯିବ। ନିର୍ବାଚନ ଆଉ ୮ ମାସ ପରେ ହେବ। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ କେହି ବି ଆକ୍ରମଣାତ୍ମକ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ। ସବୁ ପୁଲିସ୍‌ ଅଧିକାରୀମାନେ ନିଜ କାନକୁ ଭଲ ଭାବେ ଖୋଲି ଶୁଣନ୍ତୁ, ସମସ୍ତଙ୍କ କଥା ନିଶ୍ଚିତ ଭାବେ ଆଗାମୀ ନିର୍ବାଚନ ବେଳେ ବିଚାରକୁ ନିଆଯିବ। ସବୁର ହିସାବ କରାଯିବ।”
କମଲନାଥଙ୍କ ଏହି ଆଚ୍ଛା ହିସାବ ନିଆଯିବା ବୟାନକୁ କେନ୍ଦ୍ର କରି ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, “ପ୍ରଥମଥର ପାଇଁ କମଲନାଥ ପୁଲିସ୍‌ ଅଧିକାରୀମାନଙ୍କୁ ଏପରି ଚେତାବନୀ ଦେଇ ନାହାନ୍ତି। ୨୦୨୧ ଅଗଷ୍ଟ ମାସରେ ସେ ସମାନ ଧରଣର ଧମକ ଦେଇଥିଲେ। ଆମେ ସମସ୍ତେ ତାଙ୍କର ନିଆଁ ଲଗାଇ ଦିଅ ବୟାନକୁ ମଧ୍ୟ ମନେ ପକାଇବା ଦରକାର।”
କଂଗ୍ରେସକୁ ତାଚ୍ଛଲ୍ୟ କରି ପୁନାୱାଲା କହିଛନ୍ତି, ଦଳ ସବୁବେଳେ ଏମର୍ଜେନ୍ସି ମାନସିକତା, ଧମକ, ପ୍ରତିଶୋଧ ଓ ଆକ୍ରୋଶମୂଳକ ରାଜନୀତିରେ ବିଶ୍ୱାସ କଆରେ। ଏପରି ମାନସିକତା ଭଲ ପାଇବାର ଦୋକାନ ନୁହେଁ, ବରଂ ଧମକର ଦୋକାନକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.