ଭାରତୀୟ ନୌସେନାରେ ସାମିଲ ହେଲା ‘ଭାଗିର’

add-all

ନୂଆଦିଲ୍ଲୀ : ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ । ଆଜି ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ ‘ଭାଗିର’ ସାମିଲ ହୋଇଛି । ଏହି ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି। ଏହା ଭାରତୀୟ ନୌସେନାର ସ୍ୱତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ଏହା ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍‌ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ହୋଇଛି। ଆଇଏନ୍‌ଏସ୍‌ ଭାଗିର ସାମିଲ ଉତ୍ସବରେ ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ଆର୍‌ ହରି କୁମାର ଯୋଗ ଦେଇଥିଲେ।
ଏ ସଂକ୍ରାନ୍ତରେ ବିବୃତି ଦେଇ ନୌସେନା କହିଛି, ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନ୍‌ସ୍‌, ସର୍ଭିଲେନ୍‌ସ୍‌ ଏବଂ ରିକୋନେସାନ୍‌ସ୍‌’ (ଆଇଏସ୍‌ଆର୍‌) ପରିଚାଳନା କରିବ। ଏହି ବୁଡ଼ାଜାହାଜକୁ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ, ଗୁପ୍ତଚର ସଂଗ୍ରହ, ସମୁଦ୍ରରେ ଲ୍ୟାଣ୍ଡମାଇନ୍ ଲଗାଇବା ଏବଂ ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏହା ସମୁଦ୍ର ଜଳ ଉଭୟ ଉପକୂଳ ଏବଂ ସମୁଦ୍ରର ମଧ୍ୟଭାଗରେ ନିୟୋଜିତ ହୋଇପାରିବ ।

ad-week
Leave A Reply

Your email address will not be published.