ଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ASI ଆହତ

add-all

ମୋହନା : ଗଜପତି ମୋହନା ଥାନା ଅନ୍ତର୍ଗତ କ୍ରାଡ଼ିକୁପା ଗ୍ରାମ ନିକଟରେ ୧୧୨ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳ ସମୟରେ ଅନ୍ତରବା ପଟରୁ ଆସୁଥିବା ଏକ ଗଞ୍ଜେଇ ଗାଡ଼ି କୁ ପିଛା କରିବା ସମୟରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡିଛି।

ଦୁର୍ଘଟଣାରେ ଗାଡ଼ିରେ ଥିବା ଏ.ଏସ୍. ଅଇଙ୍କ ସମେତ ଗାଡ଼ି ଚାଳକ ଆହତ। ଏ.ଏସ୍. ଅଇ ଏଲ୍.ଭି.ବାଶୁପଲୀଙ୍କୁ ପ୍ରଥମେ ମୋହନା ଏବଂ ପରେ ବ୍ରହ୍ମପୁର mkcg ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି ।ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜେସିବି ମେସିନ୍ ସାହାଯ୍ୟ ରେ ଉଦ୍ଧାର କରିଛି।

nis-ad
Leave A Reply

Your email address will not be published.