ଅସୁରକ୍ଷିତ ଶିମିଳିପାଳ: ଜଙ୍ଗଲରୁ ଠାବ ହେଲା ବିରଳ ଲିଓପାର୍ଡ ବିରାଡ଼ି ଛୁଆର ମୃତଦେହ…

add-all

କରଞ୍ଜିଆ : ଅସୁରକ୍ଷିତ ଶିମିଳିପାଳ। କେତେବେଳେ ଶିକାରୀଙ୍କ ଦ୍ୱାରା ହାତୀ ଶିକାର ହେଉଥିବାବେଳେ ଆଉ କେତେବେଳେ ବାଘ ଚମଡା ଉଦ୍ଧାର ଘଟଣା କେଉଁଠି ନା କେଉଁଠି ଶିମିଳିପାଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଗତକାଲି ଶିମିଳିପାଳ ଉତ୍ତର ବନ୍ଯପ୍ରାଣୀ ବନଖଣ୍ଡ ତାଳବନ୍ଧ ରେଞ୍ଜ ଅସାଡଲା ବିଟ୍‌ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ବୁଢ଼ିଗାଁ ଜଙ୍ଗଲରୁ ବନବିଭାଗ ଦ୍ୱାରା ଏକ ବିରଳ ଲିଓପାର୍ଡ ବିରାଡ଼ି ଛୁଆର ମୃତଦେହ ଉଦ୍ଧାର କରା ଯାଇଛି, ମୃତ ଚିତା ବିରାଡ଼ି ଛୁଆର ଆନୁମାନିକ ବୟସ ଏକ ମାସ ରୁ ଦୁଇ ମାସ ହେବ ବୋଲି ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନବିଭାଗ ତାକୁ ଯଶିପୁର ପଶୁ ଚିକିତ୍ସାଳୟକୁ ଆଣି ମୃତଦେହ ବ୍ଯବଚ୍ଛେଦ କରାଯାଉଥିବା ଜଣା ପଡିଛି।

ad-week
Leave A Reply

Your email address will not be published.