ସାଉଥ୍ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା…

add-all

ନୂଆଦିଲ୍ଲୀ : ସାଉଥ୍ ଅଭିନେତା ସୁଧୀର ଭର୍ମାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ସୋମବାର ଦିନ ସୁଧୀର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଚିନ୍ତା ଏବଂ ଚାପ ଯୋଗୁଁ ସୁଧୀର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୦ ରେ ସୁଧୀର କିଛି ବିଷାକ୍ତ ପଦାର୍ଥ ଖାଇଥିଲେ, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ହାଇଦ୍ରାବାଦରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ଯାଇ ସୁଧୀର ବିଷ ଖାଇବା ବିଷୟରେ କହିଥିଲେ ଏବଂ ପରେ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ସମୟ ଧରି ଏଠାରେ ଚିକିତ୍ସିତ ହେଉଥିଲେ।

ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସୁଧୀରଙ୍କୁ ଜାନୁଆରୀ ୨୧ ରେ ବିଶାଖାପାଟନମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୩ ରେ ଚିକିତ୍ସା ସମୟରେ ସୁଧୀରଙ୍କର ମୃତ୍ୟୁ ହୋଇଛି। ସୁଧୀରଙ୍କ ମୃତ୍ୟୁ ଖବର ପାଇବା ପରେ ଫ୍ୟାନ୍ସ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ad-week
Leave A Reply

Your email address will not be published.