ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍‌’

add-all

ଭୁବନେଶ୍ୱର: କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍‌’। ଏହି ଅଞ୍ଚଳରେ ମୋ ବସ୍‌ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍‌ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍‌ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍‌ ନଂ.୪୧: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଟାଙ୍ଗୀ(ଭାୟା: ଏନ୍‌ଏଚ୍‌, ଲିଙ୍କ୍‌ ରୋଡ୍‌, ବାଦାମବାଡ଼ି) ଏବଂ ରୁଟ୍‌ ନଂ.୪୨: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ନନ୍ଦନକାନନ (ଭାୟା ଚନ୍ଦକା) ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ କରିବ।

ଏନେଇ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଗ୍ରାହକଙ୍କୁ ଉତ୍ତମ ଓ ଚିନ୍ତାମୁକ୍ତ ସେବା ଯୋଗାଇବା ପାଇଁ ନୂଆ ରୁଟ୍‌ ଯୋଡ଼ିବା କାର୍ଯ୍ୟ ଜାରି ରଖିବୁ। ସହରରେ ମୋ ବସ୍‌କୁ ଗମନାଗମନ ପାଇଁ ସବୁଠୁ ପସନ୍ଦର ମାଧ୍ୟମରେ ପରିଣତ କରିବାକୁ ନିରନ୍ତର ପ୍ରୟାସ କରାଯାଉଥିବା ସେ କହିଛନ୍ତି। ସୁରକ୍ଷିତ ଏବଂ ନିରାପଦ ଗମନାଗମନ ଉପରେ କ୍ରୁଟ୍‌ ସର୍ବଦା ବିଶ୍ୱାସ କରୁଛି। କ୍ରୁଟ୍‌ ଫ୍ଲିଟ୍‌ରେ ଇଲେକ୍ଟ୍ରିକ୍‌ ବସ୍‌ ଯୋଡ଼ି ହେଉଥିବାବେଳେ ଏବେ ମୋଟ ୩୫ଟି ବସ୍‌ ସହରର ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.