ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍, ଯୁବକ ଗୁରୁତର…

add-all

ତିଗିରିଆ : ଭାରସାମ୍ୟ ହରାଇ ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍। ଯୁବକ ଗୁରୁତର। ତିଗିରିଆ ଥାନା ଅନ୍ତର୍ଗତ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ବର ରାଜପଥ ଜେମାଦେଇପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ଜଣେ ଯୁବକ କୌଣସି କାର‌୍ୟ୍ୟରେ ନୂଆପାଟଣା ଆସୁଥିଲେ।

ଏହି ସମୟରେ ଯୁବକ ଜଣଙ୍କ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଉପରୁ ଭାରସାମ୍ୟ ହରାଇ ପ୍ରଥମେ ଏକ ଅଟୋ ଓ ପରେ ଏକ ହାଇୱା ଟ୍ରକକୁ ଧକ୍କା ଦେଇ ରାସ୍ତା ଉପରେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକ ଓ ଡ୍ରାଇଭର ସଙ୍ଘର ସଦସ୍ୟ ଆହତ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବକଙ୍କ ମୁଣ୍ଡ ଓ ପାଟିରେ ଗଭୀର ଆଘାତ ଲାଗିଛି। ତେବେ ଯୁବକ ଚେତାଶୂନ୍ୟ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ।

ad-week
Leave A Reply

Your email address will not be published.