ପ୍ରେସ୍ ଲେଖାଥିବା ଗାଡିରେ ମଦ ଚାଲାଣ: କାର୍ ଛାଡି ଅଭିଯୁକ୍ତ ଫେରାର…

add-all

ଢେଙ୍କାନାଳ: ଗାଡ଼ିରେ ପ୍ରେସ୍ ଲେଖି ଚାଲିଥିଲା ମଦ ବେପାର ।ଢ଼େଙ୍କାନାଳ ଟାଉନ ଥାନା ପୁଲିସ ଆଜି ଏହିପରି ଏକ ଗାଡିକୁ ଜବତ କରିଛି । ଗାଡିରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗାଡ଼ ଛାଡ଼ି ଚମ୍ପଟ୍ ମାରିଛି ଡ୍ରାଇଭର। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁସାରେ, ପ୍ରେସ୍ ଲେଖା ଥିବା ଗାଡିରେ( ଓଆର୍ ୦୨ ଏବି୨୨୫୫) ମଦ ଚାଲାଣ ହେଉଥିବା ପୋଲିସକୁ ବିଶେଷ ଖବର ମିଳିଥିଲା। ପରେ ଗାଡିଟିକୁ ପୁଲିସ ପିଛା କରିଥିଲା । ହେଲେ ଅଭିଯୁକ୍ତ ଗାଡି କନ୍ଦିରେ ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ । ଶେଷରେ ସଦର ଥାନା ଶିମିଳିଆ ନିକଟରେ ଗାଡି ଛାଡି ଫେରାର ହୋଇଯାଇଥିଲେ । ପୁଲିସ ଗାଡି ଓ ମଦ ଜବତ କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.