ପିଲାଙ୍କୁ କାହିଁକି ଇଂଲିସ ମିଡିୟମ ସ୍କୁଲକୁ ପଠାଯାଉଛି : ମହାରାଷ୍ଟ୍ର ରାଜ୍ୟପାଳ…

add-all

ମୁମ୍ବାଇ : ନିଜ ମାତୃଭାଷାକୁ ଭୁଲିଯିବା ହିଁ ଏକ ବିରାଟ ବିପର୍ଯ୍ୟୟର କାରଣ ପାଲଟିବ। ଏହା କହିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟାରି। ତେଣୁ ଅଭିଭାବକମାନେ ସେମାନଙ୍କ ପିଲାକୁ ଆଞ୍ଚଳିକ ମିଡିୟମ ସ୍କୁଲକୁ ପଠାଇବାକୁ ମହରାଷ୍ଟ୍ର ରାଜ୍ୟପାଳ ନିବେଦନ କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ମାତୃଭାଷାକୁ ଭୁଲଗଲେ ଏହା ଆମ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହେବ। ପ୍ରାରମ୍ଭରୁ ପିଲାମାନଙ୍କୁ ଅଭିଭାବକମାନେ ଆଞ୍ଚଳିକ ସ୍କୁଲରେ ନାମ ଲେଖାବା ଉଚିତ୍‌। ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ୨୦୦ ବର୍ଷ ପୁରୁଣା ମରାଠା ଭାଷା ଗାରିମାକୁ ଏକ ସ୍ୱତନ୍ତ୍ର ସ୍ତ୍ରିନିଂ କରିବା ବେଳେ ଏହା କହିଛନ୍ତି ରାଜ୍ୟପାଳ। ନିଜ ଜୀବନର ସାଉଁଟିଥିବା ଅଭିଜ୍ଞତାକୁ ବଖାଣି ରାଜ୍ୟପାଳ କହିଛନ୍ତି ଯେ, ସେ ଭେଟିଥିବା ଜଣେ ଆଇଏଏସ ଅଫିସର ନିଜ ସ୍କୁଲ ଜୀବନୀ ଆଞ୍ଚଳିକ ସ୍କୁଲରୁ ଶେଷ କରିଛନ୍ତି। ଯଦି ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ମାତୃଭାଷାରେ ପଢ଼ି ଆଇଏଏସ ଅଫିସର ହୋଇପାରିଲେ ତେବେ ଅନ୍ୟମାନେ କାହିଁକି ପାରିବେନି ବୋଲି ସେ ପ୍ରଶ୍ନ କରିଛନ୍ତି।
ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ କାହିଁକି ଇଂଲିସ ମିଡିୟମ ପଠାଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ମୁଁ କ୍ଲାସ ୬ରୁ ଇଂଲିସ ପଢ଼ା ଆରମ୍ଭ କରିଥିଲି। ଶରଦ ପାୱାର କ୍ଲାସ ୭ରୁ ଇଂଲିସ ପଢ଼ା ଆରମ୍ଭ କରିଥିଲେ। ଆମେ ମଧ୍ୟ ବୈଦେଶିକ ବ୍ୟକ୍ତି ବିଶେଷଙ୍କ ସହ ଡିଲ କରୁ। ତେବେ ମୁଁ ଏକ ବିଶ୍ୱବିଦ୍ୟାଳୟକୁ ଯାଇଥିଲି। ସେଠିକାର କୂଳପତି ମରାଠା ଭାଷୀ ଥିଲେ। କିନ୍ତୁ ସେ ଇଂଲିସ କହିପାରୁଥିଲେ। ମୁଁ ତାଙ୍କୁ ପଚାରିବାକୁ ସେ ମରାଠା ଜାଣିଥିବା କହିଥିଲେ।
ସେହପରି କୂଳପତି ଜଣକ ସନ୍ଥ ଧ୍ୟାନେଶ୍ୱର, ତୁଲସୀ ଦାସ୍‌ ଏବଂ ରାମ ଦାସଙ୍କୁ ଅଧ୍ୟୟନ କରିଥିବା କହିଥିଲେ। ଅତୀତୀକୁ ମନେ ରଖିବା ଏବଂ ବର୍ତ୍ତମାନରେ ବଞ୍ଚିବା ଏକ ଭଲ କଥା। ପ୍ଲେ ସ୍କୁଲ ଏବଂ କଲେଜରେ ମରାଠା ଭାଷାକୁ ଗୁରୁତ୍ୱ ଦେବାକୁ ମଁ ସରକାରଙ୍କୁ ନିବେଦନ କରୁଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ସେ ରାଜ୍ୟପାଳ ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଅବଶିଷ୍ଟ ଜୀବନ ପଢ଼ାପଢ଼ି, ଲେଖିବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବିତାଇବାକୁ ଚାହୁଁଛନ୍ତି।

ad-week
Leave A Reply

Your email address will not be published.