ବାରଣ ପରେ ବି ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା, ୪ ଛାତ୍ର ଗିରଫ…

add-all

ନୂଆଦିଲ୍ଲୀ : ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜାରି ରହିଛି ବିବାଦ। ବାରଣ ସତ୍ତ୍ୱେ ବି ଜେଏନ୍‌ୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା ହୋଇଛି। ଏହାକୁ ନେଇ ୪ ଜାମିଆ ଛାତ୍ରଙ୍କୁ ଗିରଫ କିରିଛି ପୁଲିସ।
ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା କରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଚିଫ୍‌ ପ୍ରାକ୍ଟରଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ସୂଚନା ମୁତାବକ, ଆଜି ସନ୍ଧ୍ୟା ୬ଟାରେ ଜାମିଆର ଛାତ୍ରମାନେ କ୍ୟାମ୍ପସ ଭିତରେ ଗେଟ୍‌ ନମ୍ବର-୮ରେ ବିବିସିର ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ’ ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟ ଏହାକୁ ଅନୁମତି ଦେଇନଥିଲା। ଏନେଇ ୟୁନିର୍ଭସିଟି ତରଫରୁ ଛାତ୍ରଙ୍କୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା।
୨୦୦୨ ଗୁଜରାଟ ଦଙ୍ଗା ବେଳେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଉପରେ ଏହି ଡକ୍ୟୁମେଣ୍ଟାରୀ ଆଧାରିତ। ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ୍‌ କରିବା ସହ ବିଭିନ୍ନ ସୋଶାଲ ମିଡିଆରୁ ଏହାକୁ ହଟାଇବାକୁ କେନ୍ଦ୍ର ସରକାର ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.