ଚାଷୀଙ୍କୁ ନ୍ୟାୟ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବ୍ରହ୍ମପୁରରେ ଗର୍ଜନ…

add-all

କେନ୍ଦ୍ର ସରକାରର ବିଶ୍ୱାସଘାତକତା ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ
ବ୍ରହ୍ମପୁର : କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତା ବିରୁଦ୍ଧରେ ଆଜି ଦେଶବ୍ୟାପି ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା କମିଟିର ଡାକରାରେ ଆଜି ବିଭିନ୍ନ ଚାଷୀ ସଂଗଠନ ଓ ମାନବବାଦୀ ସଂଗଠନର ନେତୃବୃନ୍ଦଙ୍କ ନେତୃତ୍ୱରେ ଶହ ଶହ ଚାଷୀ ବ୍ରହ୍ମପୁର ସହରରେ ଏକ ବିରାଟ ଶୋଭାଯାତ୍ରା କରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ସୂଚନାଯୋଗ୍ୟ ଯେ,କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଓ ଭାଗ ଚାଷୀଙ୍କ ସୁରକ୍ଷା ପାଇଁ ଆଇନ,ଋଣ ଛାଡ଼,ବିଦ୍ୟୁତ ସଂଶୋଧନ ଆଇନ,2022କୁ ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ 4 ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କୁ ଗାଡି ଚଡାଇ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ଗିରିଫ କରିବା, ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା 715ଜଣ ସହୀଦ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ, ଜଙ୍ଗଲ (ସରଂକ୍ଷଣ)ନିୟମାବଳୀ,2022କୁ ପ୍ରତ୍ୟାହାର, ସମସ୍ତ ପ୍ରକାର କୃଷକ ଓ କୃଷି ଶ୍ରମିକଙ୍କୁ ମାସିକ 5000ଟଙ୍କା ପେନସନ ଆଦି ନ୍ୟାଯ୍ୟ ଦାବି ଗୁଡିକୁ ସମାଧାନ ଦାବି ନେଇ ଗତ 2021ମସିହା ନଭେମ୍ବର 21ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଏହାକୁ ଗ୍ରହଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଗତ 2021ମସିହା ଡିସେମ୍ବର 9 ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଲେଖିଥିବା ପତ୍ରରେ ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗରେ ମୋର୍ଚ୍ଚାକୁ ଆଶ୍ୱାସନା ଦେବାସହ ଏହି ଐତିହାସିକ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ l ଏହି ଚିଠିକୁ ଭିତ୍ତି କରି ମୋର୍ଚ୍ଚା ଗତ 2021ମସିହା ଡିସେମ୍ବର 11ତାରିଖରେ ଦିଲ୍ଲୀର ସମସ୍ତ ସୀମାରୁ ଆନ୍ଦୋଳନକୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ l ପ୍ରତ୍ୟାହାର ହେବାର ଏକ ବର୍ଷରୁ ଉର୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା କୌଣସି ପ୍ରତିଶୁତି ପୂରଣ କରିନାହାନ୍ତି l ଏହି ପରିପ୍ରେକ୍ଷୀରେ ଏହି ଚାଷୀ ଆନ୍ଦୋଳନକୁ ପୁନଃ ଆରମ୍ଭ କରି ଆଜି ଗଣତନ୍ତ୍ର ଦିବସରେ ପ୍ରତିବାଦ ଆନ୍ଦୋଳନ ଦେଶବ୍ୟାପି ସଂଗଠିତ ହୋଇଛି l ଏହି ଗଣ ପ୍ରତିବାଦରେ ଅଖିଳ ଭାରତ କୃଷକ ସଭାର ଶ୍ରୀହର୍ଷ ରଥ, ଓଡିଶା କୃଷକ ସଭାର ପି. ହରିକୃଷ୍ଣ ରେଡ୍ଡୀ,ସଂଯୁକ୍ତ କୃଷକ ମୋର୍ଚ୍ଚାର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଭlଲଚନ୍ଦ୍ର ଷଡ଼ଙ୍ଗୀ,କ୍ରାନ୍ତିକାରୀ କୃଷକ ସଭାର କମ୍ରେଡ ଶଙ୍କର, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା,ଅଖିଳ ଭାରତ କୃଷକ ମଜଦୂର ସଭାର ପ୍ରତାପ ନାୟକ,ଋଷିକୂଲ୍ୟ ରଇତ ମହାସଭାର ସିମାଞ୍ଚଳ ନାହାକ, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନର ପାପୁନ ସାହୁ ସମେତ କୃଷକ ନେତା କୈଳାଶ ଷଡ଼ଙ୍ଗୀ,ନୀଳକଣ୍ଠ ଦାସ,ବିଜୟ ସ୍ୱାଇଁ,ମନୋଜ ତରାଇ, ଗଗନ ମଲ୍ଲିକ, ପି. ପାର୍ବତୀ,ନନ୍ଦେସୁ ସେନାପତି,ମଧୁସୂଦନ ଦାସ,ଅଜୟ ଗୌଡ଼, ଏସ. କ୍ରିଷ୍ଣା ରେଡ୍ଡୀ,ମାଗୁଣି ନାହାକ, ଲଡ଼ୁ ଡାକୁଆ, ବୈରାଗୀ ବେହେରା ଅକ୍ଷୟ ସାହୁ, କବିରାଜ ସେଠୀ, ନବକିଶୋର ସ୍ୱାଇଁ, କିଷାନ ସାହୁ, ମୋହନ ରାଓ ବିଜୟ ବିଷୋୟୀ ପ୍ରମୁଖ ବହୁ ବୁଦ୍ଧିଜୀବୀଙ୍କ ସହ ଶହ ଶହ ଚାଷୀ ଯୋଗଦେଇଥିଲେ l

ad-week
Leave A Reply

Your email address will not be published.