୪ ଖଣ୍ଡରେ ଭାଙ୍ଗିଯିବ ପାକିସ୍ତାନ, ଭାରତରେ ମିଶିବ ୩ ଖଣ୍ଡ: ରାମଦେବ

add-all

ହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ ଖୁବ ଶୀଘ୍ର ପାକିସ୍ତାନ ଚାରି ଭାଗରେ ଭାଙ୍ଗିଯିବ ଏବଂ ବିଶ୍ୱ ମାନଚିତ୍ରରୁ ଏହା ହଜିଯିବ | ସେ କହିଛନ୍ତି ଯେ ଭାରତ ସହିତ ବାଲୁଚିସ୍ତାନ, ପଞ୍ଜାବ ଏବଂ ସିନ୍ଧ ପ୍ରଦେଶ ସହ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଭାରତ ସହ ମିଶିଯିବ | ଏହା ସହିତ ଭାରତ ବିରୋଧୀ ପାକିସ୍ତାନ ଏକ ଛୋଟ ଦେଶ ହୋଇ ରହିଯିବ | ବାଲୁଚିସ୍ତାନ, ପିଓକେ ଏବଂ ପଞ୍ଜାବ ଅଲଗା ରାଷ୍ଟ୍ରରେ ପରିଣତ ହେବ ଓ ଭାରତ ସହିତ ମିଶିଯିବ | ସେହିପରି ପାକିସ୍ତାନର କୌଣସି ଅସ୍ତିତ୍ବ ରହିବ ନାହିଁ।
ଯୋଗ ଗୁରୁ ବାବା ରାମଦେବ ଗୁରୁବାର ଦିନ ପତଞ୍ଜଳି ଯୋଗପୀଠରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଏହା କହିଛନ୍ତି। ତେବେ ଯୋଗ ଗୁରୁ ବାବା ରାମଦେବ ଗଣତନ୍ତ୍ର ଦିବସ ଅବସରରେ ଏଭଳି ବିବୃତ୍ତି ଦେଇଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ବାବା ରାମଦେବ କହିଛନ୍ତି ଯେ ବାଲୁଚିସ୍ତାନ, ପିଓକେ ଏବଂ ପଞ୍ଜାବ ଅଲଗା ରାଷ୍ଟ୍ରରେ ପରିଣତ ହେବେ ଓ ପାକିସ୍ତାନ ଛୋଟ ଦେଶ ହୋଇ ରହିବ। ସେ କହିଛନ୍ତି ଯେ ପିଓକେ ମଧ୍ୟ ଭାରତ ସହିତ ମିଶ୍ରଣ ହେବ। ଏହା ପରେ ବାଲୁଚିସ୍ତାନ ନିଜେ ଆଡୁ ଆସି କହିବ ଯେ ଭାରତରେ ଆମକୁ ମିଶାଇଦିଅ | ଏହା ସହ ପଞ୍ଜାବ, ସିନ୍ଧ ପ୍ରଦେଶ ମଧ୍ୟ ଭାରତରେ ମିଶିଯିବ | ରାମଦେବ ଆହୁରି କହିଛନ୍ତି ଯେ ଏହା ହେଉଛି ସମୟର ଆହ୍ୱାନ ଯେ ଭାରତ ଏକ ମହାଶକ୍ତିରେ ପରିଣତ ହେବ ଏବଂ ଏହା ଖୁବ ଶୀଘ୍ର ଘଟିବ।

ad-week
Leave A Reply

Your email address will not be published.