୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ିଯିବା ମହଙ୍ଗା ପଡ଼ିଲା, ୧୦ ଲକ୍ଷ ଟଙ୍କା ଫାଇନ୍‌…

add-all

ନୂଆଦିଲ୍ଲୀ : ଗୋ ଫାଷ୍ଟ ବିମାନ କର୍ତ୍ତୃପକ୍ଷଙ୍କୁ ଆର୍ଥିକ ତଣ୍ଡ । ୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ପଳାଇ ଯିବା ମହଙ୍ଗା ପଡ଼ିଛି। ଏହି ଗୁରୁତର ଅବହଳା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ବିମାନକୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଛି। ଗତ ଜାନୁଆରୀ ୯ ତାରିଖରେ ଘରୋଇ ବିମାନ ଗୋ ଫାଷ୍ଟ ବେଙ୍ଗାଲୁରୁରୁ ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବାବେଳେ ୫୦ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଛାଡ଼ି ଚାଲିଯାଇଥିଲା। ଏ ନେଇ କେତେଜଣ ଯାତ୍ରୀ ଟୁଇଟରରେ ପୋଷ୍ଟ ଶେୟାର କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଘଟଣା ଦିନ ସକାଳ ୬ଟା ୩୦ ମିନିଟ୍‌ରେ ଫ୍ଲାଇଟ୍‌ ନଂ. ଜି୮ ୧୧୬ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଟେକ୍‌ ଅଫ୍‌ କରିଥିଲା। ବୋର୍ଡିଂ ପାଇଁ ୪ଟି ବସ୍‌ରେ ଯାତ୍ରୀ ବିମାନ ନିକଟକୁ ଯାଇଥିଲେ। ତିନି ନମ୍ବର ବସ୍‌ଟି ଗେଟ୍‌ ପାଖରେ ପହଞ୍ଚିଲାବେଳକୁ ବିମାନଟି ଟେକ୍‌ ଅଫ୍‌ କରିସାରିଥିଲା।
ଏହାପରେ ସମ୍ପୃକ୍ତ ଲୋକେ ସକାଳ ୧୦ଟାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ଦିଲ୍ଲୀ ଯାଇଥିଲେ। ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବାର ଦିନକ ପରେ ଗୋ ଫାଷ୍ଟ୍‌ ବିମାନ ପରିବହନ ସଂସ୍ଥାକୁ କୈଫିୟତ୍ ମାଗିଛି ବେସାମରିକ ବିମ‌ାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ବସ୍‌ଟି ବିମାନ ପାଖରେ ଥାଇ ମଧ୍ୟ ବିମାନଟି ୫୦ ଯାତ୍ରୀଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବା ପରେ ଟ୍ୱିଟର୍‌ରେ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଡିଜିସିଏ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଯାତ୍ରୀମାନେ ବିମାନରେ ଯାଇ ନପାରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏବେ ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ad-week
Leave A Reply

Your email address will not be published.