୬ ଆନ୍ତଃ ଜିଲ୍ଲା ଅଷ୍ଟଧାତୁ ମୂର୍ତ୍ତି ଚୋର ଗିରଫ, ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ…

add-all

ମାର୍ଶାଘାଇ: ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପୁଲିସ ୬ ଜଣ ଆନ୍ତଃ ଜିଲ୍ଲା ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗାଁର ନାରାୟଣ ସାହୁ (୨୯), କଟକ ଜିଲ୍ଲା କିଶନନଗର ଥାନା ମହମ୍ମଦପୁର ଗାଁର ସିମ୍ପା ଓରଫ ଜୟପ୍ରକାଶ ବେହେରା (୨୩), ଟାଙ୍ଗି ଥାନା ଅନ୍ତର୍ଗତ ଭଟିମୁଣ୍ଡା ଗାଁର ହେମନ୍ତ ନାୟକ (୫୪), ଅନିଲ ସାହୁ (୩୩), ନେମାଳ ଥାନା ଅନ୍ତର୍ଗତ ବାଇନପଡ଼ା ଗାଁର ସୋନୁ ଓରଫ ଦେବେନ୍ଦ୍ର ନାୟକ (୨୧) ଓ ଛାପଚିକଣା ଗାଁର କୁନା ଓରଫ ସଂଗ୍ରାମ ରାଉତ (୨୫)।

ସମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କ ଠାରୁ ଆଲୁମିନିୟମ ସାମଗ୍ରୀ ୫୧୧୦ କିଲୋ, ଏକ ପିକ୍‌ଅପ୍‌ (ଓଡି୦୫ବିଏଫ-୪୨୭୪), ଏକ ଟାଟା ଏସିଇ (ଓଡି୦୫ଏୟୁ-୧୮୬୫), ଏକ ହୋଣ୍ଡା ଆ‌ମାଜେ (ଓଡି୦୨ଏଫ୍‌-୧୯୯୯), ଏକ ଟିଭିଏସ୍‌ ଆପାଚେ (ଓଡି୨୯ଏଫ-୦୫୩୨), ଏକ ବଜାଜ୍‌ ପ୍ଲାଟିନା, ଏକ ୟାମାହା, ତାର କାଟିବା ମେସିନ, ଓଜନ ମେସିନ ଓ ୯ଟି ମୂର୍ତ୍ତି ଜବତ ‌ହୋଇଛି। ଚୋର ଗୋଷ୍ଠୀଙ୍କ ନାଁରେ କେନ୍ଦ୍ରାପଡ଼ା ଟାଉନ୍‌ ଥାନା, ଡେରାବିସ, ନିକିରାଇ, ଭୁବନେଶ୍ବର ଓ କଟକର ବିଭିନ୍ନ ଥାନାରେ ମାମଲା ରହିଛି।

ପୁଲିସ କହିଛି ଯେ, ଗତ ୨୦ ଓ ୨୧ ତାରିଖ ମଧ୍ୟ ରାତ୍ରିରେ ଅଭିଯୁକ୍ତମାନେ ଟିପିସିଓଡିଏଲ୍‌ ଅନ୍ତର୍ଗତ ଲୁନା ଇଲେକ୍ଟ୍ରିକାଲ ସେକ୍ସନକୁ ଏକ କାରରେ ଆସିଥିଲେ। ସେମାନଙ୍କ ପାଖରେ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟ ଥିଲା। ଆଲୁମିନିୟମ ତାର, କପର ତାର ଓ ଅନ୍ୟ ଜିନିଷ ଡକାୟତି ପାଇଁ ଚୋରମାନେ ଆସିଥିଲେ। ହାତରେ ସେମାନେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ। ସେଠାରେ ମୁତୟନ ଥିବା କର୍ମଚାରୀଙ୍କୁ ଡରାଇଥିଲେ। ଏନେଇ ୨୧ ତାରିଖ ଦିନ ମାର୍ଶାଘାଇ ଥାନାରେ ଅଭିଯୋଗ ହେଲା ପରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରପାଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତଦନ୍ତ ସମୟ‌ରେ ଅଭିଯୁକ୍ତମାନଙ୍କ ଠାରୁ ଅଷ୍ଟଧାତୁ ସମେତ ୯ଟି ମୂର୍ତ୍ତି, ଚାରିଚକିଆ, ଦୁଇଚକିଆ, ଆଲୁମିନିୟମ ଆଦି ସାମଗ୍ରୀ ଜବତ କରିଛି।

ad-week
Leave A Reply

Your email address will not be published.