ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଦୁଇ ଯୁବକ…

add-all

ଯାଜପୁର: ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜ‌ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରଜତ କୁମାର ସାହୁ। ଗଜେନ୍ଦ୍ର ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଯୁବକଙ୍କ ଘର ବରୀ ଦରଘା ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସାରେ ଅବହେଳା ଦର୍ଶାଇ ସ୍ଥାନୀୟ ଲୋକ ଉତ୍ତେଜନା ସୃଷ୍ଟି କରିଛନ୍ତି।

ଆଜି ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଯୁବକ ନଦୀରେ ମା’ ସରସ୍ବତୀଙ୍କ ମୂର୍ତ୍ତି ଭସାଣି କରୁଥିଲା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ୨ ଜଣ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣା ଯାଇଥିଲା। ପ୍ରଥମେ ଆସିଥିବା ଯୁବକ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା । ଏହାର କିଛି ସମୟ ପରେ ଆଉ ଜଣେ ଯୁବକଙ୍କୁ ଆଣା ଯାଇଥିଲା । ପ୍ରଥମ ଯୁବକଙ୍କୁ ଯାଜପୁର ସ୍ଥାନାନ୍ତର କରାଯିବାକୁ ଉଦ୍ୟମ କରାଯାଉଥିଲା ବେଳେ ୧୦୮ ଆମ୍ବୁଲାନ୍ସ ମିଳିନଥିଲା । ଏହି ସମୟରେ ଉପସ୍ଥିତ ଥିବା ନର୍ସ ଓ ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଏହା ପରେ ମେଡିକାଲରେ ଥିବା ୧୦୨ ଆମ୍ବୁଲାନ୍ସ ରେ ଗୁରୁତରଙ୍କୁ ଯାଜପୁର ନେବାକୁ ଉଦ୍ୟମ ହେଉଥିଲା ବେଳେ ତାର ଦ୍ୱାର ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲି ନଥିଲା । ଯାହାକୁ ନେଇ ଉତ୍ତେଜନା ଅଧିକ ବଢି ଯାଇଥିଲା।

ଖବର ପାଇ ଶହ ଶହ ଲୋକ ମେଡିକାଲରେ ପହଞ୍ଚିଥିଲେ । ଏହି ଖବର ପାଇ ବିଜେପି ନେତା ଉମେଶ ଜେନା ମଧ୍ୟ ମେଡିକାଲରେ ପହଂଚି ଥିଲେ । ଗୁରୁତର ଯୁବକଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କ ସ୍ଥିତି ଉଦବେଗଜନକ ଥିବା ଜଣାଯାଇଛି । ଆଜକୁ ଦୀର୍ଘ ଦିନ ହେଲା ଡାକ୍ତର ସମସ୍ୟା ଦେଖା ଦେଇଥିଲା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କହିବାକୁ ଗଲେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ଭୁଶୁଡି ପଡିଛି ।

ad-week
Leave A Reply

Your email address will not be published.