‘ବିଆରଏସ୍‌’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି

add-all

କୋରାପୁଟ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଗମାଙ୍ଗ ପରିବାର ବିଆରଏସ୍‌ରେ ଯୋଗଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପସ୍ଥିତିରେ ଗମାଙ୍ଗ ପରିବାରର ୩ ମୁଖ୍ୟ ସଦସ୍ୟଙ୍କ ବ୍ୟତୀତ ଦୀର୍ଘ ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ କେସିଆରଙ୍କ ଦଳରେ ସାମିଲ ହୋଇଛନ୍ତି।

ସେହିପରି  ନବନିର୍ମାଣ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା ଅକ୍ଷୟ କୁମାର, ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇ ଆନୁଷ୍ଠାନିକ ଭାବେ ବିଆର୍‌ଏସ୍‌ରେ ଯୋଗ ଦେଇଛନ୍ତି। ଏହାଛଡ଼ା ରାମଚନ୍ଦ୍ର ହାଁସଦା, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି ବିଆର୍‌ଏସରେ ଯୋଗ ଦେଇଛନ୍ତି। ମୋଟାମୋଟି ଭାବେ ଓଡ଼ିଶାରୁ ୯ ଜଣ ନେତା ବିଆରଏସ୍‌ରେ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ବହୁ ଚାଷୀ ନେତା, ସମାଜସେବୀ ଓ ଆଇନଜୀବୀ ସାମିଲ ଅଛନ୍ତି।

ad-week
Leave A Reply

Your email address will not be published.