ଜିନ୍ସ ପିନ୍ଧିଥିବା ଓକିଲଙ୍କୁ ପୁଲିସ ଡାକି କୋର୍ଟ ପରିସରରୁ ବାହାର କରିଦେଲେ ବିଚାରପତି…

add-all

ଗୌହାଟୀ: ନିୟମ ନ ମାନି କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଓକିଲ | ଆଉ ଏହା ଦେଖି ପୁଲିସ ଡକାଇ କୋର୍ଟ ପରିସରରୁ ଓକିଲଙ୍କୁ ବାହାର କରିଦେଲେ ବିଚାରପତି | ଆସାମର ଗୌହାଟୀରୁ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୌହାଟୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା କାରଣ ଆବେଦନକାରୀଙ୍କ ଓକିଲ ଜିନ୍ସ ପିନ୍ଧିଥିଲେ। ଖବର ଅନୁଯାୟୀ, କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଓକିଲଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆବେଦନକାରୀଙ୍କ ଓକିଲ ବି.କେ ମହାଜନ ଜିନ୍ସ ପିନ୍ଧି କୋର୍ଟକୁ ଆସିଥିଲେ। ସେଥିପାଇଁ ତାଙ୍କୁ ହାଇକୋର୍ଟ ପରିସରରୁ ବାହାର କରିବା ପାଇଁ ପୁଲିସକୁ ଡ଼କାଇବାକୁ ପଡିଥିଲା |
ଏହି ମାମଲା ଶୁକ୍ରବାରର ହୋଇଥିବାବେଳେ ଓକିଲଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ବିଜନ୍ ମହାଜନ। ବଡ଼କଥା ଯେ ଏହି ଘଟଣାକୁ ନେଇ ହାଇକୋର୍ଟଙ୍କ ଆଦେଶରେ ଲେଖାଥିଲା ଯେ ଏହି ଆଦେଶ ପ୍ରଧାନ ବିଚାରପତି ତଥା ଆସାମ, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ବାର କାଉନସିଲରଙ୍କ ନଜରକୁ ମଧ୍ୟ ଅଣାଯିବା ଉଚିତ | ଆଦେଶର ନକଲ ଅନୁଯାୟୀ ବି.କେ ମହାଜନ ଆବେଦନକାରୀ ଏ. ଚୌଧୁରୀଙ୍କ ମାମଲା ଲଢ଼ୁଛନ୍ତି | ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ମହାଜନଙ୍କୁ ଜିନ୍ସ ପିନ୍ଧି କୋର୍ଟ ପରିସରରେ ଅନେକ ଥର ଦେଖିବାକୁ ମିଳିଥିଲା ​​କିନ୍ତୁ ଗତକାଲି (ଜାନୁଆରୀ ୨୭) ତାଙ୍କୁ କୋର୍ଟ ନୋଟିସ୍ କରି କୋର୍ଟ ପରିସରରୁ ବାହାରକୁ ପଠାଇଦେଇଥିଲେ। ସୂଚନା ଥାଉ କି ଯେ ନ୍ୟାୟିକ ବ୍ୟବସ୍ଥା ସହିତ ଜଡିତ ଲୋକଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ଅନୁସରଣ କରିବାକୁ ପଡିଥାଏ | ଓକିଲମାନଙ୍କର ଡ୍ରେସ୍ କୋଡ୍ ‘ଆଡଭୋକେଟ୍ ଆକ୍ଟ ୧୯୬୧’ ଅଧୀନରେ ଆସିଥାଏ, ଯାହା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିୟମ ଦ୍ୱାରା ପରିଚାଳିତ | ଡ୍ରେସ କୋଡ୍ ଅନୁଯାୟୀ ଓକିଲଙ୍କ ପାଇଁ ଧଳା ସାର୍ଟ, ଧଳା ନେକବ୍ୟାଣ୍ଡ ଏବଂ କଳା କୋଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ad-week
Leave A Reply

Your email address will not be published.