ବଦଳିଲା ନାଁ: ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ…

add-all

ନୂଆଦିଲ୍ଲୀ: ବଦଳିଲା ମୋଗଲ ଗାର୍ଡେନର ନାଁ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହା ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ।
ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି। ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟୁଲିପ ବଲ୍ବ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି। ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଖୋଲା ଯାଇଥିଲା। ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ।

୧୫ ଏକରରୁ ଅଧିକ ଜମିରେ ତିଆରି ହୋଇଥିବା ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା। ଏକ ପ୍ରବାଦ ଅଛି ଯେ ମୋଗଲ ଗାର୍ଡେନ ହେଉଛି ଦେଶର ରାଷ୍ଟ୍ରପତି ଭବନର ଆତ୍ମା। ମୋଗଲ ଗାର୍ଡେନର ଏକ ଅଂଶ ସ୍ୱତନ୍ତ୍ର କିସମର ଗୋଲାପ ପାଇଁ ଜଣାଶୁଣା। ରାଷ୍ଟ୍ରପତି ଭବନ ଏବଂ ମୋଗଲ ଗାର୍ଡେନକୁ ସ୍ଥପତି ସାର୍ ଏଡୱାର୍ଡ ଲୁଟିନ୍ସ ଡିଜାଇନ୍ କରିଥିଲେ।

ad-week
Leave A Reply

Your email address will not be published.