ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ…

add-all

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ତ୍ରିବେଣୀଶ୍ୱର,ଐଶାନେଶ୍ୱର ଓ ଦକ୍ଷିଣେଶ୍ୱରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ଭୋର ୪ଟା ୪୦ରେ ବୁଡ଼ ପକାଇବା ପରେ ସେମାନେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ବୁଡ଼ପକାଇବାର ସୌଭାଗ୍ୟ ଲାଭ କରିଥିବାରୁ ଖୁବ୍ ଉତ୍ସାହିତ ଥିବା ଜଣାଯାଇଛି। ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ଭୋର ସୟରୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନଡିଆରଏଫ୍, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସୂର୍ଯ୍ୟପୂଜାର ପରମ୍ପରାକୁ ଆଧାର କରି ଏହି ବୁଡ଼ ଅନୁଷ୍ଠିତ ହେଉଛି। ଗତକାଲି ଷଷ୍ଠୀ ତିଥିରେ ମେଳା ପଡ଼ିଆରେ ମହିଳାମାନେ ମାଟି ହାଣ୍ଡିରେ ଶୁଖୁଆ ଡାଲମା, ଭାତ ଓ ଖେଚେଡ଼ି ରାନ୍ଧୁଥିବାର ଦେଖାଯାଇଥିଲା। ଏହାର କିଛି ଅଂଶକୁ ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରିବା ପରେ ବଳାକା ଅଂଶକୁ ନିଜେ ଭୋଜନ କରିଥାନ୍ତି। ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ମାଘ ସପ୍ତମୀ ପ୍ରତ୍ୟୁଷରୁ ତୀର୍ଥ ସ୍ନାନପରେ ସୂର୍ଯ୍ୟପୂଜା କରିଥାନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ଧରି ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଲଗାଇଥିଲା।

ad-week
Leave A Reply

Your email address will not be published.