ନେଦରଲାଣ୍ଡକୁ ହରାଇ ଫାଇନାଲରେ ବେଲଜିୟମ୍‌

add-all

ଭୁବନେଶ୍ବର : ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ବେଲଜିୟମ୍‌ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବେଲଜିୟମ୍‌ ୨(୩)-୨(୨) ଗୋଲ୍‌ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ବିଗତ ଚାମ୍ପିଅନ୍‌ ବେଲଜିୟମ୍‌ ଫାଇନାଲ ଟିକେଟ ହାତେଇଛି। ବେଲଜିୟମ୍‌ ଓ ଜର୍ମାନି ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳିବେ। ଫାଇନାଲ୍‌ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନ ପାଇଁ ଖେଳିବେ ୨୯ ତାରିଖ ଅପରାହ୍‌ଣ ସାଢ଼େ ୪ଟାରେ ଲଢ଼ିବେ।
ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ କଡ଼ା ଟକ୍କର ହୋଇଥିଲା। ପ୍ରଥମ ୨ଟି କ୍ୱାର୍ଟରରେ ନେଦରଲାଣ୍ଡ୍‌ ଗୋଲ୍‌ (୧୧ ମିନିଟ୍‌) ଦେଇଥିଲା ବେଳେ ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ୍‌ଫର୍ମକୁ ଫେରିଥିଲା। ବେଲଜିୟମ ୨୬ ମିନିଟ୍‌ରେ ଗୋଲ୍‌ ଦେଇଥିଲା। ୩ୟ କ୍ୱାର୍ଟରରେ ଉଭୟ ଟିମ୍‌ ଗୋଟିଏ ଲେଖାଏଁ ଗୋଲ୍‌ (୩୫ ଓ ୪୪ ମିନିଟ୍‌) ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ହୋଇପାରି ନଥିଲା।

ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ ଖେଳାଯାଇଥିଲା। ଆଜି ଏଠାରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି ଅଷ୍ଟ୍ରେଲିଆକୁ ଦଳକୁ ୪-୨ ଗୋଲ୍‌ରେ ପରାସ୍ତ କରିଥିଲା। ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଏବେ ଫାଇନାଲକୁ ଉନ୍ନୀତ ହୋଇଛି।

ad-week
Leave A Reply

Your email address will not be published.