ଦୁର୍ଘଟଣା ପୀଡ଼ିତାଙ୍କୁ ସାକ୍ଷାତ କଲେ ଗଞ୍ଜାମ ଆପ୍ ସଦସ୍ୟ…

add-all

ବ୍ରହ୍ମପୁର : ଗତ ଜାନୁଆରୀ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସ୍ଥିତ ରାଙ୍କୁଡ଼ା ଗ୍ରାମର ଆପ ସଦସ୍ୟ ଶ୍ରୀମତୀ ବିନୋଦିନୀ ପ୍ରଧାନ ନିଜ ଗ୍ରାମରେ କୌଣସି କାମରେ ଯାଉଥିବା ବେଳେ ଏକ ଅଟୋ ଧକ୍କା ରେ ଗୁରୁତର ଆହତ ହୋଇଥିବା ବେଳେ ଆମ ଆଦମୀ ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ ଙ୍କ ସହାୟତାରେ ପ୍ରଥମେ ପାତ୍ରପୁର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ସେଠାକାର ଡାକ୍ତର ଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର MKCG ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା l ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ହୋଇଥିବା ସ୍ଥଳେ କପାଳରେ ସିଲେଇ ପଡିଛି l ଆଜି ଗଞ୍ଜାମ ଆମ୍ ଆଦମୀ ପାର୍ଟି ର ଏକ ଟିମ ଯଥା : ଜିଲ୍ଲା ମହିଳା ସଂଗଠନ ସମ୍ପାଦିକା ଶ୍ରୀମତୀ ଆରତୀ ଦେବୀ , ବ୍ରହ୍ମପୁର ନଗର ସମ୍ପାଦକ ରମେଶ ଚନ୍ଦ୍ର ବେହେରା , ବରିଷ୍ଠ ସଦସ୍ୟ ମନୋଜ ପାଢ଼ୀ ଏବଂ ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା ପୀଡ଼ିତାଙ୍କୁ ସାକ୍ଷାତ କରିବା ପାଇଁ ମେଡିକାଲ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିବା ସହିତ ପୀଡିତା ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l

ad-week
Leave A Reply

Your email address will not be published.