ସାମ୍ବାଦିକ ଏକାଦଶ ଓ ମେଡ଼ିକାଲ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ…

add-all

ଚିକିଟୀ : ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ରେ ଚିକିଟୀ ବ୍ଲକ ସାମ୍ବାଦିକ ଏକାଦଶ ଓ ମେଡ଼ିକାଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।୧୨ଅଭର ବିଶିଷ୍ଟ ଏହି ମ୍ୟାଚ ରେ ମେଡ଼ିକାଲ ଦଳ କୁ ହରାଇ ସାମ୍ବାଦିକ ଦଳ ବିଜୟ ହାସଲ କରିଛି।ପ୍ରଥମେ ସାମ୍ବାଦିକ ଦଳ କ୍ୟାପଟେନ ତ୍ରିପତି ସାହୁ ମେଡ଼ିକାଲ କ୍ୟାପଟେନ ପ୍ରଭୁ ପ୍ରସାଦ ପଣ୍ଡା ପଡ଼ିଆରେ ପ୍ରବେଶ କରି ଟସ ମାରିଥିବା ବେଳେ ସାମ୍ବାଦିକ ଦଳ ଟସ ବିନ କରି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।ମେଡ଼ିକାଲ ଦଳ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ନିର୍ଦ୍ଧାରିତ ୧୨ଓଭର ରେ ୧୨୦ ରନ ସଂଗ୍ରହ କରିଥିଲେ ଜବାବ ରେ ମିଡିଆ ଏକାଦଶ ୧୦ ଓଭର ଖେଳି ୪ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲେ।ସାଧାରଣ ଲୋକ ଏହାର ଭରପୁର ମଜା ଉଠାଇ ଥିଲେ।ଏଭଳି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ କୃଷ୍ଣଚନ୍ଦ୍ର ଭାତ୍ରl,ଷ୍ଟାଡିୟମ ସଭାପତି ଧର୍ମା ସାହୁ, ଏନ ଏ ସି ଅଧ୍ୟକ୍ଷା ପ୍ରତିନିଧି ରଘୁନନ୍ଦନ ସାହୁ,ଜନ ଆରଗ୍ୟ ସମିତି ସଭାପତି ତଥା କାଉନସିଲର ଅନିତା ସାହୁ ଅତିଥି ଭାବେ ମଞ୍ଚାସିନ ହୋଇ ଆୟୋଜକ ମେଡ଼ିକାଲ ଟିମ ଡ଼ଃ ପ୍ରଭୁ ପ୍ରସାଦ ପଣ୍ଡାଙ୍କ ପ୍ରୟାସ କୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତ ଟ୍ରଫି ପ୍ରଦାନ କରିଥିଲେ।ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଶ୍ରୀଧର ବେହେରା, ବେଷ୍ଟ ବ୍ୟାଡ୍ସ ମ୍ୟାନ ଭାବେ ବୈରାଗୀ ମଲ୍ଲିକ,ବେଷ୍ଟ ବୋଲର ଭାବେ ଗୌରାଙ୍ଗ ଚରଣ ସାହୁ ଙ୍କୁ ଟ୍ରଫି ପ୍ରଦାନ କରିବା ସହ ବିନେର ଓ ରନରସ କପ ପ୍ରଦାନ କରିଥିଲେ। ମ୍ୟାଚରେ ଅମ୍ପାୟାର ରୂପେ ସିଲୁ ସାର,ଜିସେନ ଓ ଓଁମ ପଣ୍ଡା , ଧାର ବିବରଣୀ ନିଳାଞ୍ଚଳ ସାହୁ, ସ୍କୋରର୍ ରୂପେ ରୁନା ସାହୁ ଓ କେ ସୁନୀଲ କୁମାର ସୁବୁଦ୍ଧି,ବଣ୍ଟି,ବାବୁ, ଆଶିଷ,ରାଧେଶ୍ୟାମ ପ୍ରମୁଖ ଏହି ମ୍ୟାଚକୁ ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.