
ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଗତ 22ତାରିଖ ରୁ ଆରମ୍ଭ ହୋଇଥିବା ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ରେ ଗଜପତି ଦଳ ସହ ରାଣ୍ଡମ (କନ୍ଧମାଳ )ଦଳ ମଧ୍ୟ ରେ କଡା ମୁକାବିଲା ହୋଇଥିଲା l ଏଥିରେ ଗଜପତି ଦଳ କୁ ହରାଇ ରାଣ୍ଡମ (କନ୍ଧମାଳ )ଦଳ ବିଜୟୀ ହାସଲ କରିଥିଲା l ଏଥିରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ବିଜେତା ଚମ୍ପିୟାନ ଦଳକୁ ବଡ଼ଟ୍ରଫି ସହ 19 ହଜାର 999 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳ କୁ ଟ୍ରଫି ସହ 11ହଜାର 111ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ସମ୍ମାନୀତ ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା,ଯୁବ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ ସ୍ୱାଇଁ,କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି, ସିଏଚ. ଜନାର୍ଦନ ରେଡ୍ଡୀ,ସନରାଇଜ ସ୍ପୋର୍ଟସ କ୍ଲବର ସଭାପତି ଏଲ.ଶ୍ରୀନିବାସ ରାଓ,ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମିନାରାୟଣ ପାତ୍ର, ଏନ. ନରେଶ କୁମାର ପାତ୍ର, ବି.କୃଷ୍ଣମୂର୍ତ୍ତି, ଶ୍ରୀନୁ ପଟ୍ଟନାୟକ, ସମୀର ପଟ୍ଟନାୟକ ଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ଯୋଗଦେଇଥିଲେ ।ରେଫରୀଭାବେ ଏନ. ନରେଶ କୁମାର ଦୋରା ପରିଚାଳନା କରିଥିବା ବେଳେ ସ୍କୋର ଭାବେ ମୋହନ ଓ ଭୁଜଙ୍ଗ ରାଓ ଏବଂ ଲାଇନମ୍ୟାନ ଭାବେ ରାଜେଶ ଓ ପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ସେହିପରି ଭାଷ୍ୟକାର ଭାବେ ଜି ଜୟରାମ ରେଡ୍ଡୀ ସୁନ୍ଦରଭାବେ ଉପସ୍ଥାପନ କରିଥିଲେ । ସମସ୍ତକାର୍ଯ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ୍ କ୍ଲବର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଜିଲ୍ଲା ଓ ଜିଲ୍ଲାବାହାର ର ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ଦିବସର ଫାଇନାଲ ମ୍ୟାଚ ରେ ଗଜପତି ଦଳର ବାଦଲ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ରାଣ୍ଡମ (କନ୍ଧମାଳ )ଦଳର କିରୁ ଙ୍କୁ ମିଳିଥିଲା l ବେଷ୍ଟ ଦର୍ଶକ ଭାବେ ଦିନେଶ ପାତ୍ର, ବେଷ୍ଟ ନେଟର ଭାବେ ଗଜପତି ଦଳର ଦିପୁ, ବେଷ୍ଟ ନେଟର ଭାବେ ମୋହନା ଦଳର ଉଜ୍ବଳ ଏବଂ ବେଷ୍ଟ ଦଳ ଭାବେ କାରଗିଲ ଦଳ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l