
ବ୍ରହ୍ମପୁର : ପୁରାତନ ସାହିତ୍ୟ ସଂସଦ ଫଲଗୁ ସାହିତ୍ୟ ସଂସଦ ର ୩୮ ତମ ସ୍ବନକ୍ଷତ୍ର ଉତ୍ସବ ଏବଂ ମୁଖପତ୍ର ଫଲଗୁ ଲୋକାର୍ପଣ ହୋଇଯାଇଛି। ସ୍ଥାନୀୟ କେ ସି ପାବ୍ଲିକ ବିଦ୍ୟାଳୟ ର ରାମଚନ୍ଦ୍ର ମର୍ଦ୍ଦରାଜ ଭବନରେ ଅନୁଷ୍ଠିତ ଫଲଗୁ ସାହିତ୍ୟ ସଂସଦ ର ସ୍ବନକ୍ଷତ୍ର ଉତ୍ସବ ରେ ଅନୁଷ୍ଠାନ ର ସଭାପତି ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ମହାବିଦ୍ୟାଳୟ ସମୁହ ଉନ୍ନୟନ କମିଟି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବରେ ଖଲିକୋଟ ବିଶ୍ବବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର ମନ୍ମଥ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ସ୍ବାଇଁ , ସଂସଦର କାର୍ଯ୍ୟକାରୀ ସଭାପତି ନାଟ୍ୟକାର ମେଜର ପ୍ରଫେସର ରମାରମଣ ପାଢ଼ୀ,ଉପଦେଷ୍ଟା ପ୍ରଫେସର ଡକ୍ଟର ବ୍ରଜମୋହନ ଶାସମଲ, ଉପସଭାପତି ଡ଼ ବିଦ୍ୟୁତ୍ ପ୍ରଭା ସାହୁ,ସାଧାରଣ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଏବଂ ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ ହୋଇ ଉତ୍ସବ କୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫୋଟୋ ଚିତ୍ର ରେ ଏବଂ ଅନୁଷ୍ଠାନ ପୂର୍ବତନ ଉପଦେଷ୍ଟା ସ୍ବର୍ଗତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ, ପ୍ରଫେସର ଡକ୍ଟର ହରିହର ଦାସ,ଓ ପ୍ରଫେସର ଡକ୍ଟର ପ୍ରହଲ୍ଲାଦ ପଣ୍ଡା ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଏବଂ ଅନୁଷ୍ଠାନ ପୂର୍ବତନ କର୍ମକର୍ତ୍ତା ଙ୍କ ସମେତ ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି କବି ହୋସେନ୍ ରବି ଗାନ୍ଧୀ ଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।