ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତା ମହିଳା…

add-all

ଛତ୍ରପୁର : ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ସୁମନ୍ତପୁର ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନା ସହୁଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମିଳିଥିବା ସୂଚନାନୁସାରେ, ସୁମନ୍ତପୁର ଗାଁର ଅଟୋ ଚାଳକ ସୁରଥ ନାଇକଙ୍କ ଅଟୋରେ ସେହି ଗାଁର ବନିତା ନାଇକ ମୁରୁଜ ବେପାର କରିବା ଲାଗି ବିଭିନ୍ନ ଗାଁକୁ ଯିବା ଆସିବା କରୁଥିଲେ। ସୁରଥ ବିବାହିତ ଏବଂ ତାଙ୍କର ୩ଟି ପିଲା ଅଛନ୍ତି। ଏହାପରେ ବି ବନିତା ଓ ସୁରଥ ପଳାସପୁର ଗାଁର କାଳୀମନ୍ଦିରରେ ବିବାହ କରିଥିଲେ। କିଛି ଦିନ ପରେ ବନିତାଙ୍କୁ ସୁରଥ ନିର୍ଯାତନା ଦେବା ସହ ଆଉ ତାଙ୍କୁ ପାଖରେ ରଖିବାକୁ ମନା କରିଥିଲେ। ଏନେଇ ବନିତା ପାଟପୁର ଥାନାରେ ଅଭିଯୋଗ କରିଥିଲେ। ପରେ ସୁରଥ ଗିରଫ ହୋଇ ଜେଲ ଯାଇଥିଲେ। ଜେଲରୁ ବାହାରିବା ପରେ ପୁଣି ସୁରଥ ନିର୍ଯାତନା ଦେଉଥିବା ବନିତା ଅଭିଯୋଗ କରିଛନ୍ତି। ସେ ଏବେ ୫ ମାସର ଗର୍ଭବତୀ ଅଛନ୍ତି । ପୋଲିସ ନ ଶୁଣିବାରୁ ଏସ୍‌ପିଙ୍କ ନିକଟକୁ ସେ ପରିବାର ଓ ସାମାଜିକକର୍ମୀଙ୍କ ସହ ଆସିଥିବା ବନିତା କହିଛନ୍ତି।

ad-week
Leave A Reply

Your email address will not be published.