ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ…

add-all

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ, ଆଲୁମ୍ନି କନେକ୍ଟ ଏବଂ ଏନ୍ଏସ୍ଏସ୍ ଶାଖାର ମିଳିତ ସହଯୋଗରେ ଆଜି ବିଶ୍ୱବିଦ୍ୟାଳୟ ପରିସରସ୍ଥ ଅହିଂସା ସ୍ଥଳରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୁରାତନ ଛାତ୍ରସଂଘ ସଭାପତି ତଥା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ସମ୍ପାଦକ ତଥା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏବଂ ଉପସ୍ଥିତ ଅନ୍ୟମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ପ୍ରଫେସର ଆଶିଷ କୁମାର ପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ମିତାଲୀ ଚିନାରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଅହିଂସା ସ୍ଥଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସଫେଇ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ରସଂଘ ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, କାର୍ଯ୍ୟକାରୀ କମିଟି ସଦସ୍ୟ ସର୍ବଶ୍ରୀ ରାଧାକାନ୍ତ ପାଣି, ତପନ ଜେନା ଏବଂ ସନ୍ତୋଷ ସେଠୀଙ୍କ ସମେତ ନାରାୟଣ ତ୍ରିପାଠୀ, ଦିଲୀପ ମିଶ୍ର, ସନ୍ତୋଷ ମହାପାତ୍ର, ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୁମ୍ନି କନେକ୍ଟ ସଂଯୋଜକ ଡ. ସୁଜିତ ଆଚାର୍ଯ୍ୟ, ପ୍ରଫେସର ଭାଶ୍ବତୀ ପଟ୍ଟନାୟକ, ଏନ୍ଏନ୍ଏସ୍ ସଂଯୋଜକ ଡ. ବ୍ରଜ ନାରାୟଣ ପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.