ମରିଯିବି ବରଂ ଆଉ ‘ବିଜେପି’ ସହିତ ମେଣ୍ଟ କରିବି ନାହିଁ: ନୀତୀଶ କୁମାର…

add-all

ପାଟନା: ମରିଯିବି ବରଂ ଆଉ ‘ବିଜେପି’ ସହିତ ମେଣ୍ଟ କରିବି ନାହିଁ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିନା ଆଧାରରେ ଶାସକ ଦଳ ତାଙ୍କ ଡେପୁଟି ତେଜସ୍ବୀ ଯାଦବ ବିରୋଧରେ ମାମଲା ଆରମ୍ଭ କରିଛି।
ନରେନ୍ଦ୍ର ମ‌ୋଦୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି ‘ବିଜେପି’ ନେତାମାନେ କରୁଥିବା ଦୋଷାରୋପ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ନୀତୀଶ କୁମାର କହିଛନ୍ତି ଯେ, ଆଉ ‘ବିଜେପି’ ସହିତ ମେଣ୍ଟ କରିବାର ସମ୍ଭାବନା ନାହିଁ।
ପାଖରେ ତେଜସ୍ବୀ ଯାଦବ ଠିଆହୋଇଥିବା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନୀତୀଶ କହିଛନ୍ତି, ଅସମ୍ଭବ। ମରିଯିବି ବରଂ ସେମାନଙ୍କ ସହିତ ଆଉ ମେଣ୍ଟ କରିବି ନାହିଁ। ତେଜସ୍ବୀ ଯାଦବ ଓ ତାଙ୍କ ପିତା ଲାଲୁ ଯାଦବଙ୍କ ବିରୋଧରେ ଦୁର୍ନୀତି ମାମଲା ଆଗତ ହେବା ପରେ ‘ବିଜେପି’ ସହିତ ମେଣ୍ଟ କରି ଭୁଲ୍‌ କରିଥିଲି।

ସେ ଆହୁରି ମଧ୍ୟ କହିଛନ୍ତି, ମନଦେଇ ଶୁଣନ୍ତୁ। ‘ବିଜେପି’ ପାରୁପର୍ଯ୍ୟନ୍ତ ଉଦ୍ୟମ କଲା। ମୋ ସହିତ ମେଣ୍ଟ କରିବାକୁ ତେଜସ୍ବୀ ଓ ତାଙ୍କ ବାପାଙ୍କ ବିରୋଧରେ ମାମଲା କଲା। ଏବେ ‘ବିଜେପି’ ପୁଣି ସେ ଦୁଇଜଣଙ୍କ ସହିତ ଲାଗିଛି। ଏପ୍ରକାରର ଲୋକମାନେ ଏଭଳି କାମ କରନ୍ତି।

ବିହାର ଲୋକସଭାର ୪୦ଟି ଆସନରୁ ୩୬ଟି ଆସନ ଜିଣିବ ବୋଲି ‘ବିଜେପି’ କରୁଥିବା ଦାବିକୁ ବିଦ୍ରୂପ କରି ସେ କହିଛନ୍ତି ଯେ, ମେଣ୍ଟ ଯୋଗୁଁ ‘ବିଜେପି’ ତାଙ୍କ ସମର୍ଥକମାନଙ୍କ ଭୋଟ୍‌ ପାଉଥିଲା। କିନ୍ତୁ, ଏଥର ମେଣ୍ଟ ହେବନାହିଁ।

ad-week
Leave A Reply

Your email address will not be published.