
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ପରିଷଦ ସଭା ଗୃହ ଠାରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।ସ୍ୱାସ୍ଥ୍ୟ କ୍ଷେତ୍ରରେ ସାରା ଓଡ଼ିଶା, ଓ ମାଲକାନଗିରି ଜିଲ୍ଲା ପ୍ରତି ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରାଯାଇଥିଲା ତଥା ମନ୍ତ୍ରୀଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ କ୍ଷେତ୍ରରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ଉପସ୍ଥିତ ମାନ୍ୟବର ବିଧାୟକ ଓ ପୂର୍ବତନ ବିଧାୟକ ଜିଲ୍ଲା ଉପଦେଷ୍ଠା ଏବଂ ସଭ୍ୟମାନେ ମତ ବ୍ୟକ୍ତ କରିବା ସହ ଫୋଟୋ ଚିତ୍ରେରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଜିର ଶୋକ ସଭାରେ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧକ୍ଷ ଆଡ଼ମା ରାବା, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ପୌରପରିଷଦ ଉପ ଅଧକ୍ଷା ଶ୍ରୀମତୀ କବିତା ମହନ୍ତ ଜିଲ୍ଲା ବରିଷ୍ଟ ଉପଦେଷ୍ଠା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, କୋରାପୁଟ ଜୋନ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ବୁରୁଦା, ଆଇନ ଜିବି ଲମ୍ବୋଦର ତୃକ, ରାଜ୍ୟ ଯୁବ ଜନତା ଦଳ ସମ୍ପାଦକ ରବି ରାଜେଶ, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ବାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି ଖଇରପୁଟ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ଜିଲ୍ଲା ଯୁବ ଜନତା ଦଳ ଉପ ସଭାପତି କଣ୍ଟେଶ୍ୱର ପୋଟଲା ଜିଲ୍ଲା ଯୁବ, ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ, ଓ ସମ୍ପାଦକ ସୁବ୍ରତ ଦାସ ପ୍ରଫୁଲ ହରିଜନ, ବସନ୍ତ ନାୟକ, ରାଜ ନାୟକ, ଇନ୍ଦ୍ରଜିତ ରଥ, କଉଁସିଲର ବତୀ ଜାନି ଦୀପିକା ପୂଜାରୀ, ମହିଳା ନେତ୍ରୀ କମଳା ଢାଳି, ନିତିନ ଵାଲା, ଇନ୍ଦୁ ସର୍ଦାର, ସୁନୀଲ ସାହୁ ଓ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।