ନନ୍ଦାହାଣ୍ଡିର ବାଙ୍ଗିରି ଠାରେ ଅଜଣା ବ୍ୟକ୍ତିର ମୃତଦେହ ଠାବ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…!

add-all

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଠାରୁ ମାତ୍ର ଗୋଟିଏ କିଲୋମିଟର ହେବ ବାଙ୍ଗିରି ନାଳରେ ଏକ ଅଜଣା ବ୍ୟକ୍ତିଙ୍କୁ ଶବ ପାଣିରେ ଭାସିଥିବା ଦେଖିବାକୁ ମିଳିଛି,ଦୁଇ ଦିନ ହେବ ସେଠିକାର ପାଖ ଗାଁ ଲୋକ ଉକ୍ତ ବିଷୟରେ ଜାଣି ମଧ୍ୟ ଭୟଭୀତ ହୋଇ ନୀରବତା ଅବଲମ୍ବନ କରିଥିଲେ l ଏଠିକାର ପାଖ ଗ୍ରାମ ଗୁଡ଼ିକ ହେଲା ନନ୍ଦାହାଣ୍ଡି, ଏକମ୍ବା, କଦଳୀପଦର ଓ ରସିୟାଗୁଡ଼ାର ସମସ୍ତ ଗ୍ରାମବାସୀ ବର୍ଷ ବର୍ଷ ଧରି ଏହି ବାରିଙ୍ଗି ନାଳରେ ରବିଚାଷ ବା ଖରାଟିଆ ଚାଷ ବାସ କରି ଆସୁଛନ୍ତି l କିନ୍ତୁ ବିଗତ ଦୁଇ ଦିନ ହେଲା ଏଠି ଯୋଉଁମାନେ ଚାଷ କରୁଛନ୍ତି ସେମାନେ ଭୟଭିତ ହୋଇ କ୍ଷେତକୁ କେହି ନ ଯିବା ଦେଖି ସାଧାରଣରେ ପ୍ରଶ୍ନବାଚୀ ହେବାରୁ ଆଜି 31 /1/2023 ସକାଳେ ଅଞ୍ଚଳର ପ୍ରାୟ ସମସ୍ତେ ଜାଣିବାକୁ ପାଇଲେ ଯେ ବାରିଙ୍ଗି ନାଳଲେ କୌଣସି ଏକ ଅଜଣା ବ୍ୟକ୍ତିର ଶବ ଭାସୁଛି l ବର୍ତ୍ତମାନ ଏହି ବାରିଙ୍ଗି ନାଲ ପାଖରେ ଯୋଉଁମାନେ ଚାଷ କରୁଛି ସେମାନଙ୍କୁ ଭିତରେ କୋକୁୟା ଭୟର ସୃଷ୍ଟି ହେବା ଦେଖିବାକୁ ମିଳିଛି l ଖବର ଲେଖିବା ବେଳକୁ ପୋଲିସ ପ୍ରଶାସନ ପହଁଞ୍ଚି ନଥିବାରୁ ପ୍ରକୃତ ଘଟଣାର କିଛି ସତ୍ୟସତ୍ୟା ଜଣା ପଡ଼ିନାହିଁ, ପୋଲିସ ପ୍ରଶାସନର ଅନୁସନ୍ଧାନ ପରେ ଏହାର ପ୍ରକ୍ରୁତ ସତ୍ୟସତ୍ୟା ଉନ୍ମୋଚନ ହେଇ ପାରେ କହି ଅଞ୍ଚଳବାସୀ ପୋଲିଶ ପ୍ରଶାସନ ଉପରେ ବିଶ୍ୱାସ ରଖିଛନ୍ତି l ଏ ଲୋକ କିଏ ? କିପରି ଏହି ବାରିଙ୍ଗି ନାଳରେ ଆସିଲା ? ଯାହାକୁ ନେଇ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛି l ପୋଲିସ ଅନୁସନ୍ଧାନ ପରେ ବ୍ୟକ୍ତି ର ପରିଚୟ ସହିତ ପ୍ରକୃତ ତଥ୍ୟ ପଦାକୁ ଆସିବ, ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣା ପଡିବ

ad-week
Leave A Reply

Your email address will not be published.