ଶୁଟିଂ ସେଟ୍‌ରେ ରକ୍ତାକ୍ତ ହେଲେ ସନ୍ନି ଲିଓନି…

add-all

ନୂଆଦିଲ୍ଲୀ : ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ସନ୍ନି ଲିଓନି। ଶୁଟିଂ ସେଟ୍‌ରେ ରକ୍ତାକ୍ତ ହେଲେ। ତାଙ୍କ ଗୋଡରେ ଆଘାତ ଲାଗିଛି। ଏନେଇ ସେ ଖୋଦ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି।
ଶୁଟିଂ ସେଟ୍‌ରେ ସନ୍ନି ଲିଓନି ଆଘାତ ହେବା ପରେ ତାଙ୍କ ଗୋଡ଼ ଆଙ୍ଗୁଠି ଫାଟି ଯାଇଛି। ଏହା ପରେ ତାଙ୍କ ଆଙ୍ଗୁଠିରୁ ଅନବରତ ରକ୍ତ ବୋହୁଥିବା ନଜର ଆସିଛି। ସନ୍ନିଙ୍କୁ ଆଘାତ ଲାଗିବା ପରେ ଶୁଟିଂ ସେଟ୍‌ରେ ହଇଚଇ ସୃଷ୍ଟି ହୋଇଛି। ସନ୍ନି ଯେଉଁ ଭିଡିଓ ଶେଆର କରିଛନ୍ତି ସେଥିରେ ସେ ଅତ୍ୟନ୍ତ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ଫିଲ୍ମ ‘କୋଟେସନ୍ ଗ୍ୟାଙ୍ଗ’ର ଶୁଟିଂ ସେଟ୍‌ରେ ସନ୍ନିଙ୍କୁ ଆଘାତ ଲାଗିଛି। କୌଣସି ଏକ ଲୁହାରେ ତାଙ୍କ ଆଙ୍ଗୁଠିକୁ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି।
ତାଙ୍କୁ ଟିଟାନସି୍ ଇଞ୍ଜେକସନ୍ ଦେବାକୁ ସେଟ୍‌ରେ ଉପସ୍ଥିତ ଥିବା କିଛି ଲୋକେ କହୁଛନ୍ତି। କିନ୍ତୁ ଇଞ୍ଜେକସନ୍ ଦେବାକୁ ଭୟରେ ସନ୍ନି ମନା କରୁଥିବା ଭିଡିଓରେ ଶୁଣିବାକୁ ମିଳିଛି। ସେପଟେ ସାମାନ୍ୟ ଆଘାତ ଲାଗିବା ପରେ ସନ୍ନିଙ୍କ ଏଭଳି ରିଆକ୍‌ସନ୍ ଦେଖି ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି।

ad-week
Leave A Reply

Your email address will not be published.