ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା: ଦୋଷୀ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ…

add-all

ଦିଲ୍ଲୀ : ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ। ଦିଲ୍ଲୀ କୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍ ହରଜିତ୍ ସିଂ ଭଲ୍ଲା ଶଙ୍କର ମିଶ୍ରାଙ୍କୁ ଏକ ଲକ୍ଷ ଟଙ୍କାର ମୁଚଲିକା ସହ ଜାମିନ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୬, ୨୦୨୨ରେ, ନିଶାଗ୍ରସ୍ତ ଥିବା ଶଙ୍କର ମିଶ୍ରା ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ୭୦ବର୍ଷ ବୟସ୍କା ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ। ଜାନୁଆରି ୪ରେ ବିଏନେଇ ଅଭିଯୋଗ କରିଥିଲେ ବୃଦ୍ଧା। ଅଭିଯୋଗ ରଖି ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିବା ବେଳକୁ ଧରାପଡ଼ିବା ଡରରେ ଶଙ୍କର ନିଜର ଫୋନ ସୁଇଚ୍ ଅଫ କରିଦେଇଥିଲେ। ଫେରାର ହୋଇଯାଇଥିବା ଶଙ୍କରଙ୍କୁ ଠାବ କରିବା ନିମନ୍ତେ ‘ଲୁକ୍‌ ଆଉଟ୍‌ ନୋଟିସ୍‌’ ବା ‘ଏୟାର୍‌ପୋର୍ଟ ଆଲର୍ଟ’ ଜାରି କରାଯାଇଥିଲା। ଶଙ୍କରଙ୍କ ଅବସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଟିମ୍‌ ମୁତୟନ କରିଥିଲା। ଶଙ୍କର ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ ସୁଦ୍ଧା, ସାଙ୍ଗସାଥୀମାନଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସବୁ ଚଳାଉ ଥିଲେ। ତାହାକୁ ଆଧାର କରି ଶଙ୍କରଙ୍କ ଅବସ୍ଥିତି ଜଣାପଡ଼ିଥିଲା। ଏହା ସହ ଗୋଟିଏ ଜାଗାରେ ୩୪ ବର୍ଷିୟ ମିଶ୍ରା ତାଙ୍କର କ୍ରେଡିଟ୍‌ କାର୍ଡ ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଥିଲା। ଗିରଫଦାରି ଏଡ଼ାଇବା ଲାଗି ଶଙ୍କର ମିଶ୍ରା ସବୁବେଳେ ସ୍ଥାନ ପରିବର୍ତ୍ତନ କରୁଥିଲେ। ମୁମ୍ବାଇ ଓ ବେଙ୍ଗାଲୁରୁରେ ମିଶ୍ରାଙ୍କର ଅଫିସ ଥିବାରୁ ସେଠାକୁ ସେ ସବୁବେଳେ ଯାତାୟାତ କରୁଥିଲେ। ତେଣୁ, ଦିଲ୍ଲୀ ପୁଲିସ ଉଭୟ ସହରରେ ଚଢ଼ାଉ କରି ଜାନୁଆରି ୭ରେ ତାଙ୍କୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.