
ମାଲକାନଗିରି : ବାଲିମେଳା ନିକଟସ୍ଥ ସୋରଲକୋଣ୍ଡା ବ୍ୟାରେଜ ନିକଟସ୍ଥ ସୋରଲକୋଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା l ପ୍ରତି ମାସ ମକର ସଂକ୍ରାତି ପରେ ଚାଲେ କୁକୁଡ଼ା ଗାଲୀ ତା ସଙ୍ଗେ ଖୁଡୁଖୁଡି ଜୁଆ ଖେଳ l ମକର ମେଳା ନାମରେ ହେଉଥିବା ବେଆଇନ ଜୁଆକୁ ପୋଲିସ ପ୍ରଶାସନ ନାକ ତଳେ ହେଉଥିବା ବେଳେ ପୋଲିସ ପ୍ରଶାସନର ନଜର କୁ କିଭଳି ଆସିପାରୁନାହିଁ ତାହା ହେଉଛି ଚର୍ଚ୍ଚାର ବିଷୟ ରହିଛି । ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୋକେ କାମ ଧନ୍ଦା ନପାଇ ଦାଦନ ଖଟିବାକୁ ଯିବା ସହ ମକର ସଂକ୍ରାତି ସମୟରେ ନିଜ ଗ୍ରାମକୁ ଆସି ହାଟକୁ ଯିବାବେଳେ ହାଟ ପାର୍ଶ୍ୱରେ ଜୁଆ ଖେଳରେ ମାତି ନିଜର କଷ୍ଟ ଲବ୍ଧ ଅର୍ଥକୁ ଜୁଆ ଖେଳରେ ହାରି ସର୍ବଶାନ୍ତ ହୋଇଥାନ୍ତି l କୁକୁଡ଼ା ଗାଲୀ ଏବଂ ବେଆଇନ ଜୁଆ(ଖୁଡୁଖୁଡୀ)ବନ୍ଦ ପାଇଁ ସରକାର ତଥା ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରି ଜିଲ୍ଲାପାଳ ଓ ଆରକ୍ଷୀଧିକ୍ଷକଙ୍କୁ ଦାବି ପତ୍ର ଦେଉଥିବା ବେଳେ ଏହା କିଭଳି ବାରମ୍ବାର ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଥା ଶୀଘ୍ର ସଂକ୍ରାନ୍ତି ପର୍ବ ନାମରେ କୁକୁଡ଼ା ଗାଲୀ ଓ ଜୁଆଖେଳକୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ଦ୍ୱାରା ଦାବି ହେଉଛି ଏବଂ କେଉଁ ପ୍ରଶାସାନିକ ଅଧିକାରୀଙ୍କ ବାହୁଛାୟା ତଳେ ଏହା ହେଉଛି ତାହା ଯଥା ଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ ବୋଲି ସାଧାରଣରେ ଦାବି ଜୋର ଧରିଛି ।