ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତଦେହ ଉଦ୍ଧାର…

add-all

ସୋର: ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ସଦର ଏସ୍ଡ଼ିପିଓ ଓ ଆଇଆଇସିଙ୍କର ଛାନଭିନ ଚାଲିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ ଜଗବନ୍ଧୁ ଶିଅଳ ସ୍ତ୍ରୀ ଜୟନ୍ତୀ ଶିଅଲ ଆଜି ଅପରାହ୍ନରେ ଘର ଠାରୁ ଦୁଇ କିଲୋମିଟର ଦୂର ବିଲକୁ ଜାଲେଣି କାଠ ପାଇଁ ଯାଇଥିବା ବେଳେ ଆଉ ଫେରିନଥିଲେ।

ଜୟନ୍ତୀଙ୍କର ପୁଅ ମାକୁ ଖୋଜି ସେହି ସ୍ଥାନକୁ ଯାଇଥିବା ବେଳେ ମା ଜୟନ୍ତୀ ଙ୍କର ଅର୍ଦ୍ଧଲଗ୍ନ ଅବସ୍ଥାରେ ଏକ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଓ ଗ୍ରାମବାସୀ ମାନେ ଘଟଣା ସ୍ଥଳ ପହଞ୍ଚି ମୃତ ଦେହ ଉଦ୍ଧାର କରି ସୋର ଥାନାକୁ ଖବର ଦେଇଥିଲେ । ଖବର ପାଇ ସଦର ଏସ୍ଡ଼ିପିଓ ଶସାଙ୍କ ଶେଖର ବେଉରା, ସୋର ଆଇଆଇସି ସୁଜାତା ଖମାରୀ ପହଞ୍ଚି ମୃତଦେହ ଜବଦ କରି ଛାନଭିନ ଆରମ୍ଭ କରିଛନ୍ତି । ଜୟନ୍ତୀଙ୍କର ପୁଅ ଘଟଣା ସ୍ଥଳରେ ପହଁଚିବା ପରେ ଜଣେ ଲୋକ ମୁହଁ ରେ ଗାମୁଚା ପକାଇ ଦୌଡ଼ି ପଳାଇ ଯାଇଥିବା ନେଇ ପରିବାର ଲୋକ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.