ଦିଲ୍ଲୀ ମଦ ଦୁର୍ନୀତିର ଗୁମର ଖୋଲୁଛି…

add-all

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଇଡି ଖୋଲିଥିବା ଗୁମର ଅନୁଯାୟୀ ଆମ ଆଦମୀ ପାର୍ଟିର କମ୍ୟୁନିକେଶନ ଇନ୍‌ ଚାର୍ଜ ବିଜୟ ନାୟରଙ୍କୁ ଅନ୍ୟତମ ଅଭିଯୁକ୍ତଭାବେ ଦର୍ଶାଇଛି। ମଦ ବ୍ୟବସାୟୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ହୋଇଥିବା ଡିଲ୍‌ରେ ବିଜୟ ମଧ୍ୟସ୍ତି ଭାବେ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଇଣ୍ଡୋ ସ୍ପିରିଟ୍‌ ମୁଖ୍ୟ ସମୀର ମହେନ୍ଦ୍ରୁ ଏବଂ ମୁଖ୍ୟମନ୍ତ୍ରୀ ‌ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଫୋନ ମାଧ୍ୟମରେ ଯୋଗାଯୋଗ କରାଇଥିଲେ ବିଜୟ। କେଜ୍ରିୱାଲ ଓ ସମୀର ମହେନ୍ଦ୍ରୁଙ୍କ ମଧ୍ୟରେ ଭିଡିଓ କଲରେ ଡିଲ ବିଷୟରେ ଫାଇନାଲ ହୋଇଥିବା ଇଡି ତାର ଚାର୍ଜସିଟ୍‌ରେ ଦର୍ଶାଇଛି। ଆପ ନେତାଙ୍କ ତରଫରୁ ବିଜୟ ସାଉଥ ଗ୍ରୁପଠାରୁ ମଦ ଲାଇସେନ୍ସ ବାବଦରେ ୧୦୦ କୋଟି ଟଙ୍କା ଆଡଭାନ୍ସ ଆଣିଥିବା ଇଡି ଦର୍ଶାଇଛି। ଉକ୍ତ ଭିଡିଓ କଲରେ କେଜ୍ରିୱାଲ ‘ବିଜୟ ହେଉଛି ମୋ ପିଲା, ଆପଣ ତାକୁ ବିଶ୍ୱାସ କରିବା ଉଚିତ ବୋଲି ସମୀର ମହେନ୍ଦ୍ରୁଙ୍କୁ କହିଥିବା ଚାର୍ଜସିଟରେ ଦାଖଲ କରିଛି ଇଡି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଇଡି ବିରୋଧରେ ତାତ୍ସଲ୍ୟ କରି କହିଛନ୍ତି ଯେ, ଇଡି ତାଙ୍କ ବିରୋଧରେ ୫,୦୦୦ ପୃଷ୍ଟାର ଚାର୍ଜସିଟ୍‌ ଫାଇଲ କରିବା ଉଚିତ।
ଦିଲ୍ଲୀରେ ଆପ ସରକାରକୁ ଈଡି ଭାଙ୍ଗିବାକୁ ଚାହୁଁଛି। ବିଧାୟକ କିଣାବିକା ପାଇଁ ଇଡି ମଧ୍ୟସ୍ତି ସାଜିଛି। ମଦନୀତି ନେଇ ଇଡି ଦାଖଲ କରିଥିବା ଚାର୍ଜସିଟ୍‌ ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ ବୋଲି କେଜ୍ରିୱାଲ କହିଛନ୍ତି । ସେହିପରି ଆପ୍‌ ମଦ ସ୍କାମରୁ ସଂଗ୍ରହ କରିଥିବା ଅର୍ଥ ନିଜର ଗୋଆ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛି। ନିଜର ନିର୍ବାଚନ ସର୍ଭେ ଟିମ୍ ପାଇଁ ଆପ ୭୦ ଲକ୍ଷ ଟଙ୍କା ଦେଇ ଥିବା ଇଡି କହିଛି । ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ସଦସ୍ୟ କଭିତାଙ୍କର ହେଉଛି ସାଉଥ୍‌ ଗ୍ରୁପ ସଂସ୍ଥା। ପୂର୍ବରୁ ଦିଲ୍ଲୀ ମଦନୀତି ମାମଲାରେ ଜଡ଼ିଥିବା ଦିଲ୍ଲୀର ପ୍ରାୟ ୨୫ଟି ସ୍ଥାନରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଥିଲା। ମଦ ଡିଲର୍‌ସିପ୍‌ ଏବଂ ଡିଷ୍ଟ୍ରିବ୍ୟୁସନ୍‌ସିପ୍‌ରେ ଜଡ଼ିତ ଥିବା ଘରୋଇ କମ୍ପାନିରେ ତଲାସ କରାଯାଇଥିଲା।

ad-week
Leave A Reply

Your email address will not be published.