ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ…

add-all

ହାଇଦ୍ରାବାଦ : ଗୁରୁବାର ଯୁବଜାନା ଶ୍ରମିକ ରାଇଥୁ ତେଲେଙ୍ଗାନା ପାର୍ଟି (‍ୱାଇଏସଟିଆରପି)ର ମୁଖ୍ୟ ୱାଇଏସ ଶର୍ମିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ କରିଛନ୍ତି। ୱାଇଏସ ଶର୍ମିଲା ରାଜ୍ୟରେ ପଦଯାତ୍ରା କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ପଦଯାତ୍ରାରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି। ଏହି ଅବସରରେ ହଳେ ଯୋତା ଉପହାର ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଜୋତା ଉପହାର ଦେବା କଥା ଘୋଷଣା କରିଛନ୍ତି। ତେଲେଙ୍ଗାନାରେ ସେ ପଦଯାତ୍ରା କରିବାକୁ ଯାଉଥିବାରୁ କେସିଆର ଯୋଗ ଦେବାକୁ ଆହ୍ୱାନ କରିଛନ୍ତି।
ପୂର୍ବରୁ ବନ୍ଦ ରହିଥିବା ପଦଯାତ୍ରାକୁ ଗୁରୁବାର ଦିନ ସେ ପୁଣି ଥରେ ଆରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ୱାଇଏସ ଶର୍ମିଲା କହିଛନ୍ତି ଯେ, ମୁଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ମୋ ସହିତ ଚାଲିବାକୁ ଚ୍ୟାଲେଞ୍ଜ କରୁଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ‘ବଙ୍ଗାରୁ ତେଲେଙ୍ଗାନା’ । ରାଜ୍ୟରେ କୌଣସି ସମସ୍ୟା ନାହିଁ। ତେଣୁ ସେ ମୋ ସହ ପାଦରେ ଚାଲନ୍ତୁ।
ଯଦି ରାଜ୍ୟରେ କୌଣସି ସମସ୍ୟା ନଥାଏ ତେବେ ମୁଁ ରାଜନୀତିରୁ ଅବସର ନେବି। ଯଦି ଏହା ସତ୍ୟ ହୋଇ ନଥାଏ ତେବେ କେସିଆରଙ୍କୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ରାଜ୍ୟରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କେସିଆର ପ୍ରତିଶ୍ରୁତି ଦେଇଥିଲେ। ତେଣୁ ନିଜେ ଏଥିପାଇଁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ୱାଇଏସ ଶର୍ମିଲା ଆହୁରି କହିଛନ୍ତି ଯେ, କେସିଆର ଯେତେ ଗୁଡ଼ିଏ ପ୍ରତିଶୃତି ଦେଇଛି ସେ ପୂରଣ କରିବାରେ ବିଫଳ ହୋଇଛନ୍ତି।

ad-week
Leave A Reply

Your email address will not be published.