ଗୁଳି ବିଦ୍ଧ ଦନ୍ତାର ମୃତଦେହ ଠାବ, ଦୁଇଟି ଦାନ୍ତ ଚୋରି…

add-all

ବଡମ୍ବା : ହତ୍ୟା କରି ହାତୀର ଦାନ୍ତ କାଟିନେଲେ ଦୁର୍ବୃତ୍ତ। ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ପୁଣି ଗୁଳି ବିଦ୍ଧ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା। ଗାଁ ଲୋକେ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିବାବେଳେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ। ତେବେ ତାର ଦାନ୍ତ ଦୁଇଟି ଚୋରି ହୋଇଯାଇଥିଲା।

ଘଟଣା ସ୍ଥଳରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଓ ଏସିଏଫ୍‌ ଉପସ୍ଥିତ ରହି ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ହାତୀକୁ ଶୀକାର କରିବା ପରେ ଶିକାରୀ ଦାନ୍ତ କାଟିନେଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ନରସିଂହପୁରରୁ ୪ଟି ଓ ବଡମ୍ବାରୁ ୪ଟି ଦନ୍ତା ହାତୀର କଙ୍କାଳ ଠାବ ହୋଇଥିବା ବେଳେ ୨ଟି ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

ad-week
Leave A Reply

Your email address will not be published.