ଯୁବକକୁ ପିଟି ପିଟି ମାରି ଦେବା ପରେ ପୋଡିଦେଲେ, ଅଭିଯୁକ୍ତ ଫେରାର…

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରେ ଯୁବକଙ୍କୁ ପିଟି ପାଟି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ପୋଡି ଦେଇ ଥିଲେ ଅଭିଯୁକ୍ତ। ମୃତ ଯୁବକ ଜଣକ ହେଉଛନ୍ତି ସୋରଡ଼ା ଗ୍ରାମର ସନ୍ତୋଷ ବେହେରା (ବେଣା)।

ସୂଚନା ମୁତାବକ ସନ୍ତୋଷ ନିଜ ମାମୁଁ ଘର କନ୍ଧମାଳ ଜିଲ୍ଲା କାଟିଙ୍ଗାକୁ ଗତ ମାସ ୨୪ ତାରିଖରେ ଯାଇଥିଲେ ସେଠି କିଛି ଦିନ ରହିବା ପରେ ୨୯ ତାରିଖରେ ଗାଁକୁ ଯିବି କହି ଜଣେ ଯୁବକଙ୍କ ସହ ଆସିଥିଲେ। କିନ୍ତୁ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଆଡେ ଖୋଜା ଖୋଜି କରିବା ପରେ କେଉଁଠି ନ ପାଇବାରୁ ପ୍ରଥମେ ବ୍ରାହ୍ମଣି ଗାଁ ଥାନା ପରେ ବଡ଼ଗଡ଼ ଥାନାରେ ନିଖୋଜ ଥିବା ଏତଲା ଦେଇଥିଲେ। ପୋଲିସ ତଦନ୍ତ ପ୍ରକିୟା ଆଗକୁ ବଢାଇଥିଲା।

ଗତକାଲି ଏକ ଜଙ୍ଗଲ ଘାଟି ସ୍ଥାନରେ ମୃତଦେହକୁ ପୋଡା ଯାଇଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ ହାଡ ଜବତ କରିଛି। ଅଭିଯୁକ୍ତ ହେଲେ ବଡ଼ ଗୋଛା ଗ୍ରାମର ସମୀର ପଡରା ଓ ହରି ନାୟକ। ଉଭୟେ ଫେରାର ଥିବା ବଡଗଡ ଥାନା ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.