କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟର BSKY ଭଲ : ବିଜେଡି

add-all

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନାଠାରୁ BSKY ଭଲ। ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି ବୋଲି କହିଛି ବିଜେଡି। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି । ତେବେ ଗତକାଲିର କେନ୍ଦ୍ର ବଜେଟରେ ଆୟୁଷ୍ମାନ ଯୋଜନା ଉପରେ ଓଡ଼ିଶା ବିଜେପିର ମିଥ୍ୟା ପ୍ରଚାର ଏବଂ ପ୍ରତାରଣା ପଦାରେ ପଡିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଗୌତୁମ ବୁଦ୍ଧ ଦାସ ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୨୩-୨୪ କେନ୍ଦ୍ର ବଜେଟରେ ପ୍ରମୁଖ ଯୋଜନାଗୁଡିକ ମଧ୍ୟରୁ ୭ନମ୍ବର ସ୍ଥାନରେ ଥିବା ଆୟୁଷ୍ମାନ ଭାରତ ଯୋଜନା ପାଇଁ ମାତ୍ର ୭୨୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆମେ ଭାରତର ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳକୁ ବିଚାରକୁ ନେଲେ ପ୍ରତି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଭାଗରେ ଆୟୁଷ୍ମାନ ଭାରତ ଯୋଜନାରେ ବର୍ଷକୁ ପ୍ରାୟ ୨୦୦ କୋଟି ଟଙ୍କା ପଡିବ ।

ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ୬ ହଜାର କୋଟି ଖର୍ଚ୍ଚ ହେଉଛି। ଆୟୁଷ୍ମାନ ଯୋଜନାରେ ଓଡ଼ିଶା ଭାଗ ସମୁଦ୍ରକୁ ଶଙ୍ଖେ। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି। ଆୟୁଷ୍ମାନ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ନାହିଁ। BSKYରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ବିଜେପି ଲୋକଙ୍କୁ ଆଉ ଭ୍ରମିତ ନକରୁ ବୋଲି କହିଛି ବିଜେଡି। ବଜେଟ୍‌ ପରେ ରାଜ୍ୟ ବିଜେପି ନିଜ ଭୁଲ୍‌ ବୁଝି, ଓଡ଼ିଶାବାସୀଙ୍କ ନିକଟରେ ପ୍ରକୃତ ତଥ୍ୟ ରଖନ୍ତୁ ବୋଲି କହିଛି ବିଜେଡି।

ad-week
Leave A Reply

Your email address will not be published.