ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ…

add-all

ହିଞ୍ଜିଳିକାଟୁ ୪/୨ : ହିଞ୍ଜିଳିକାଟୁ ବ୍ଲକ ସୋମପୁର ଅନ୍ତର୍ଗତ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ରେ ମୁଖ୍ୟଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ , ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ।
ଏଥିରେ ବିଦ୍ୟାଳୟ ର ଅଧ୍ୟକ୍ଷ ଏଲ କାମେଶ୍ବର ରାଓ ସଭାପତିତ୍ବ କରିଥିବାବେଳେ ଶିକ୍ଷକ ସଞ୍ଜିବ କୁମାର ଝାଁ ଅଥିତି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଏ ପତିତ ପାବନ ଆଚାରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାବତ ଓ ଅନିଷା କୁମାରୀ ଦଳାଈ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହ ଶିକ୍ଷାର ମହତ୍ତ୍ୱ ବିଷୟରେ ଵୁଝାଇଥିଲେ। ବକ୍ତା ପିଲା ମାନଙ୍କ ମାନସିକ ବିକାଶ ଦିଗରେ ସୁଚନା ଦେଇଥିଲେ ବିଦ୍ୟାଳୟ କ୍ରୀଡ଼ାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କକୁ ପୁରଷ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା ।କାର୍ଯ୍ୟକ୍ରମରେ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,କର୍ମଚାରୀଓ ଅଭିଭାବକ ଙ୍କ ସହ ଵହୂ ଜନସାଧାରଣ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.