ବୋମା ବିସ୍ଫୋରଣରେ ଟିଏମସି କର୍ମୀଙ୍କ ମୃତ୍ୟୁ…

add-all

କୋଲକାତା : ପଶ୍ଚିମବଙ୍ଗର ବୀରଭୂମିରେ ପୁଣି ହିଂସାକାଣ୍ଡ ଘଟିଛି। ବୀରଭୂମ ଜିଲାର ମାରଗ୍ରାମରେ ବୋମା ବିସ୍ଫୋରଣ ଯୋଗୁ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଟିଏମ୍‌ସି ନେତା ନ୍ୟୁଟନ୍‌ ଶେଖ ବୋଲି ଜଣାପଡିଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବୋମାମାଡ଼ କାରଣ ଜଣାପଡ଼ି ନାହିଁ। ଏହା ଏକ ରାଜନୈତିକ ପ୍ରତିଷୋଧ ବୋଲି କୁହାଯାଉଛି। ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ପୁତୁରା ଫିରାଜୁଲ ଇସଲାମ ପୁଲିସକୁ କହିଛନ୍ତି ଯେ, ତାଙ୍କ ଦାଦାଙ୍କୁ ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି। ମାରଗ୍ରାମର ଟିଏମସି ପଞ୍ଚାୟତ ମୁଖ୍ୟ କହିଛନ୍ତି, ଏହା ପଛରେ ବଡ ଷଡଯନ୍ତ୍ର ରହିଛି। ପୁଲିସ ଠିକ୍ ଭାବେ ଘଟଣାର ଯାଞ୍ଚ କାରିବା ଉଚିତ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.