ପୂର୍ବତନ କ୍ରିକେଟ୍‌ ଖେଳାଳି ବିନୋଦ କାମ୍ବ୍‌ଲିଙ୍କ ନାଁରେ ପତ୍ନୀ ନିର୍ଯାତନା ମାମଲା

add-all

ମୁମ୍ବାଇ: ପତ୍ନୀଙ୍କୁ ମାରଧର କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ବିନୋଦ କାମ୍ବ୍‌ଲିଙ୍କ ନାମରେ ମାମଲା ରୁଜୁ କରିଛି।
ନିଶାସକ୍ତ ଅବସ୍ଥାରେ ଶୁକ୍ରବାର ଦିନ ବାନ୍ଦ୍ରା ଫ୍ଲାଟ୍‌ରେ କାମ୍ବ୍‌ଲି ତାଙ୍କୁ ଗାଳିଗୁଲଜ ଦେବା ସହିତ ମାରଧର କରିଥିଲେ ବୋଲି ଦାଏର କରିଥିବା ଅଭିଯୋଗରେ ପତ୍ନୀ ଆଣ୍ଡ୍ରିଆ ହିୱିଟ୍‌ ଉଲ୍ଲେଖ କରିଛନ୍ତି।
ପତ୍ନୀ ଆଣ୍ଡ୍ରିଆ ଅଭିଯୋଗ କରିଛନ୍ତି ଯେ, କାମ୍ବ୍‌ଲି ଗୋଟାଏ ତାୱା ହ୍ୟାଣ୍ଡଲ୍‌ ଫିଙ୍ଗିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।
ସଂଗୃହୀତ ସୂଚନା ଅନୁସାରେ, ଶୁକ୍ରବାର ଦିନ ୧ରୁ ୧.୩୦ ମଧ୍ୟରେ ଘଟଣାଟି ଘଟିଥିଲା। ସେତେବେଳେ ନିଶାସକ୍ତ ଅବସ୍ଥାରେ କାମ୍ବ୍‌ଲି ବାନ୍ଦ୍ରା ଫ୍ଲାଟ୍‌ରେ ପହଞ୍ଚି ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ସେତେବେଳେ ଘରେ ଉପସ୍ଥିତ ଥିବା ସେମାନଙ୍କ ୧୨ ବର୍ଷିୟ ପୁଅ ହସ୍ତକ୍ଷପ କରି ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, କାମ୍ବ୍‌‌ଲି ରୋଷଇ ଘରକୁ ଧାଇଁ ଯାଇ ଗୋଟାଏ ଭଙ୍ଗା ତାୱା ହ୍ୟାଣ୍ଡେଲ୍‌ ଉଠାଇ ପତ୍ନୀଙ୍କ ଉପରକୁ ଫିଙ୍ଗିଥିଲେ।
ବାନ୍ଦ୍ରା ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଥାନାକୁ ଆସିବା ଆଗରୁ କାମ୍ବ୍‌ଲିଙ୍କ ପତ୍ନୀ ଭାଭା ହସ୍ପିଟାଲ୍‌ ଯାଇ ଚିକିତ୍ସିତ ହୋଇ ଆସିଥିଲେ। ସମ୍ପ୍ରତି ଏହି ମାମଲାରେ କୌଣସି ଗିରଫଦାରି କରାଯାଇ ନାହିଁ, କିନ୍ତୁ ତଦନ୍ତ ଚାଲିଛି ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି।

ad-week
Leave A Reply

Your email address will not be published.