ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ…

add-all

ମାଲକାନଗିରି : ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନୀଲକାନ୍ତ କାକେମ। ଦୀର୍ଘ ୧୫ ବର୍ଷ ଧରି ଉସୁର ମଣ୍ଡଳର ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ ନୀଲକାନ୍ତ କାକେମ।

ନୀଲକାନ୍ତ ତାଙ୍କ ଶାଳିଙ୍କ ବିବାହ ପ୍ରସ୍ତୁତି ପାଇଁ ନିଜ ପରିବାର ବର୍ଗଙ୍କ ସହିତ ପଙ୍କାରମ ଗାଁକୁ ଯାଇଥିଲେ। ସେଠାରେ ମାଓବାଦୀମାନେ ପହଞ୍ଚି ଯାଇଥିଲେ। କିଛି ବୁଝିବା ଆଗରୁ ମାଓବାଦୀମାନେ ଛୁରୀ ଓ କୁରାଢିରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଦେଖିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣାର ତଦନ୍ତ କରୁଛି ପୋଲିସ ।

ad-week
Leave A Reply

Your email address will not be published.