ରାତି ହେଲେ ଆପେ ଆପେ ଗଡୁଛି ମୋଟର ସାଇକେଲ : ବିଜ୍ଞାନ ଯୁଗରେ ଭୂତ.. !!

add-all

ମାଲକାନଗିରି //ଚିତ୍ରକୋଣ୍ଡା,୫।୨ : ଆପଣ ମାନେ ସିନେମାରେ ବିନା ଚାଳକରେ ଗାଡି ଚାଲୁଥିବା ନିଶ୍ଚିତ ଦେଖିଥିବେ, କିନ୍ତୁ ଏପରି ଏକ ଘଟଣା ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ହେଉଥିବା ନେଇ ସ୍ଥାନୀୟ ଲୋକେ ଚର୍ଚା କରୁଥିବା ବେଳେ ଏହାର କିଛି ସିସିଟିଭି ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାଯିଆ ଜିଲ୍ଲାର ଚିତ୍ରକୋଣ୍ଡା ସଦର ମହକୁମାରେ ରହୁଥିବା ବ୍ୟବସାୟୀ ସୁରେନ୍ଦ୍ର ଦାସ, ନିଜ ଘର ପାଖରେ ଥିବା ସୀତାରାମ ଏଣ୍ଟରପ୍ରାଇଯେସ ନାମକ ଏକ ଦୋକାନ ସମ୍ମୁଖରେ ନିଜର ମୋଟର ସାଇକେଲ ରଖିଥିଲେ । ତେବେ ସକାଳୁ ଉଠି ଦେଖନ୍ତି ଯେ ନିଜ ମୋଟର ସାଇକେଲଟି କିଛି ଦୂରରେ ପଡି ରହିଛି । ବାରମ୍ବାର ଏଭଳି ହେଉଥିବା ଦେଖି ଘଟଣା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇଯେସର ମାଲିକ ସୁନୀଲଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିଏ ଜଣେ ଜାଣି ଶୁଣି ଏଭଳି ବଦମାସି କାମ କରୁଛି ବୋଲି ଭାବି ସେଠାରେ ଲାଗିଥିବା ସିସିଟିଭିକୁ ଉଭୟ ଯାଞ୍ଚ କରିଥିଲେ । ସିସିଟିଭିରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହ୍ୟାଣ୍ଡେଲ ଲକ ଥିବା ସତ୍ୱେ ବିନା ଚାଳକରେ ମୋଟର ସାଇକେଲଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା କିପରି ଓ କାହିଁକି ହେଉଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ଗୁଣି ଗାରେଡି କିମ୍ବା କୌଣସି ଅଲୌକିକ ଶକ୍ତି ରହିଥିବା ସାଧାରଣରେ ଚର୍ଚା ହେଉଛି ।

ad-week
Leave A Reply

Your email address will not be published.