ହସ୍ତତନ୍ତ ଶିଳ୍ପ ନାମରେ ମହିଳାଙ୍କୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକିନେଇଥିବା ଦୁଇଜଣ ଗିରଫ…

add-all

ଦାରିଙ୍ଗବାଡି,୫/୨ : ହସ୍ତତନ୍ତ ଶିଳ୍ପ ନାମରେ ବ୍ଲକ ଅଞ୍ଚଳର ବହୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଦୁଇ ଜଣ ହସ୍ତତନ୍ତ ଶିଳ୍ପ ଅଧିକାରୀ କହି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ନେଇ ମହିଳା ମାନେ ଦାରିଙ୍ଗବାଡି ଥାନାରେ ଗତ ୨୦୨୧ ନଭେମ୍ବର ୧୮ ତାରିଖରେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ଥାନାରୁ ଏକ ପୋଲିସ ଟିମ ପୁରୀ ଯାଇ ୨ ଜଣଙ୍କୁ ଗିରଫ କରିପାରିଛି । ଗିରଫ ଦୁଇ ଜଣଙ୍କୁ ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ କୌଶିକ ମାଝୀସୂଚନା ଦେଇଛନ୍ତି । ଗିରଫ ଦୁଇ ଠକ ହେଲେ ପୁରୀଜିଲ୍ଲା ସତ୍ୟବାଦୀ ଥାନା ଅଂଚଳର କୁମର ନାୟକ ଓ ଗଣେଶ ଭୋୟୀ ବୋଲି ପୋଲିସ ସୂଚନା ଦେଇଛି। ୨୦୨୧ ମସିହାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସୀମନବାଡି, ପର୍ତମହା, କିରିକୁଟି, ଦାସୀଙ୍ଗବାଡ଼ି, ଶ୍ରୀନିକେତା ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ କୁମର ନାୟକ ଓ ଗଣେଶ ଭୋୟୀ ହସ୍ତତନ୍ତ ଶିଳ୍ପର ଅଧିକାରୀ କହି ହସ୍ତତନ୍ତ ଶିଳ୍ପରେ ମହିଳାଙ୍କୁ ପୁଞ୍ଜି ନିବେଶ କରିବାପାଇଁ ମହିଳାଙ୍କୁ କିଛି ସୂତା ଗୁଳା ଓ ଶାଢ଼ୀ ଦେଇ ଓ କିଛି ଗ୍ରୁପ କୁ ୨ ରୁ ୩ଟି ସ୍କୁଟି ଦେଇ ଲୋଭ ଦେଖେଇ ଥିଲେ । ଏହାପରେ ଶତାଧୂକ ମହିଳାଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଇଥିଲେ । ଅତି ଲୋଭ କରି ଉପାନ୍ତ ଅଞ୍ଚଳରେ ରହିଥିବା ନିରକ୍ଷର ତଥା ନିରୀହ ମହିଳା ମାନେ କିଏ ୧୦ ତ ଆଉ କିଏ ୨୫ ହଜାର ବାନ୍ଧିଥିଲେ। ଏହିପରିକି କିଛି ମହିଳା ନିଜର ସୁନାବନ୍ଧକ ରଖୁଥିଲେ ତ ଆଉ କିଏ ଋଣ କରିତ ଆଉ କିଏ ବର୍ଷ ବର୍ଷ ଧରି ରଖୁଥିବା ନିଜ ଜମା ପୁଞ୍ଜିକୁ ବାନ୍ଧିଥିଲେ। ଶେଷରେ ଠକାମିର ସ୍ବୀକାର ହୋଇଥିଲେ। ଥାନା ଅଧିକାରୀଙ୍କ ନେତୃତ୍ୱ କ୍ରମେ ଏସଆଇ ଲକ୍ଷ୍ମୀ ମାଝୀ, ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ବାଏକ, ଅର୍ଜୁନ ଶବର, ପି.ଶ୍ରୀନିବାସ ରାଓ ପ୍ରମୁଖ ତଦନ୍ତରେ ସହଯୋଗ କରିଥିବା ଜଣା ପଡ଼ିଛି ।

ad-week
Leave A Reply

Your email address will not be published.